STORYMIRROR

jyotsna mayee panda

Romance Tragedy

4  

jyotsna mayee panda

Romance Tragedy

ମଧୁ ଲଗ୍ନ

ମଧୁ ଲଗ୍ନ

1 min
276

ଚକ୍ର ବାଳ ହାତ ଠାରି ଡାକେ

ଦୂର ପାହାଡ଼ର ଉହାଡ଼େ

ତୁ ମନେପଡ଼ୁ ହେ ମୋର ପ୍ରେୟସୀ

ମୋ ସ୍ମୃତି ର ସଫେଦ ପରଦାରେ l


ସ୍ନିଗ୍ଧ ମଳୟ ର ଶୀତଳ ପବନ

ଦେହ ଶିହରାଇ ଯାଏ

ତୋ ଅପେକ୍ଷା ର ମଧୁର ବହ୍ନିରେ

ପ୍ରିୟା ନୀତି ଜଳୁ ଥାଏ l


ଦୂର ପରବତ ମେଘ ସଵାରୀରେ

ସତେ କି ତୁ ଲୁଚି ଯାଉ

ମୋ ପ୍ରିୟା ତୋ ପ୍ରେମ ମଧୁର ବାସ୍ନାରେ

ମନ ମହାକାଇ ଦିଏ l


ସେ ସୁନ୍ଦର ଦୂର ଦିଗବଳୟ ପରେ

ସତେ କି ତୁ ହାତ ଠାରୁ

ନଈ ତୁଠେ କିବା ଦୂର ଝାଉଁବଣେ

ପ୍ରେମ ର ରାଗିଣୀ ଝୁରେ l


ନିର୍ଜନ ପହରେ ଆଜି ମନ ଝୁରେ

ସେ ତୋ ପ୍ରେମ ରାଗିଣୀକୁ

ଛଳ ଛଳ ସେଇ ନୀଳ ନୟନକୁ

ବ୍ୟାକୁଳିତ ଦେଖିବାକୁ l


କୁଳୁ କୁଳୁ ନାଦେ ବହେ ପ୍ରେମ ଫଲ୍ଗୁ

ସାଗରେ ମିଶିବା ପାଇଁ

ତୋ ଅପେକ୍ଷାର ମଧୁ ଲଗନରେ

ମିଳନ ର ଗୀତି ଗାଇ l



Rate this content
Log in

Similar oriya poem from Romance