ମୌସୁମୀ ଗୋ ତୁମେ
ମୌସୁମୀ ଗୋ ତୁମେ
ପ୍ରାଣୀ ଉଦ୍ଭିଦଙ୍କ ତୁମେ ଅଟ ଅତି ପ୍ରିୟ
ମୌସୁମୀ ଗୋ ତୁମ ହେତୁ ଧର ରସମୟ ।
ରସ ମନ୍ଦାକିନୀ ଆଣି ଆସି ଥାଅ ତୁମେ
ତୁମରି ଅଗମେ ଗ୍ରୀଷ୍ମ ପ୍ରବାହ ଯେ କମେ ।
ଆତପ ତାପ ରୁ ମିଳି ଥାଏ ଯେ ନିସ୍ତାର
ଚରାଚରେ ବୁଣି ଦିଅ ଆନନ୍ଦ ର ଧାର ।
ପ୍ରବାହିତ କରି ଦିବ୍ୟ ଅନୁଭବ ବୋଳା
ବରଷlଇ ଉଲ୍ଲଲସାଇ ବରଷା ର ଧାରା ।
ହତାଶ ପରାଣେ ଭରି ଦିଅ ନବ ଆଶା
ରୋମାଞ୍ଚ ପୁଲକ ଭରା କି ଦିବ୍ୟ ସହସା ।

