STORYMIRROR

Sarat Manhira

Fantasy

3  

Sarat Manhira

Fantasy

ମାୟା ର ସଂସାର

ମାୟା ର ସଂସାର

1 min
344


କାହିଁକି କଳିଯୁଗ ରେ ହେଲି ଜନ୍ମ

  ଏଠି ସବୁ ସମ୍ପର୍କ ତୋ ପର

ଦେଖୁଛ ତୁମ ସୃଷ୍ଟି ର ବିଚିତ୍ର ଜଗତ

  ଯେଉଁ ବାପା ନ ଖାଇ ଖୁଆଇ ଥାଏ

ଦିନେ ତାକୁ ଗଢେ ଭଲ ମଣିଷ

  ସେ ବାପା ଆଜି ଵୃଦ୍ଧାଶ୍ରମ ରେ ବାସ

ମମତାମୟୀ ମାଆ ପଣତକାନି କେତେ ଥିଲା ଭଲ

  ଚାଲି ଶିଖାଇଲା ଦୁନିଆ କୁ ଦୁଇ ପାଦ

ସ୍ତ୍ରୀ ର କଥା ରେ ଗଲା ସେ ମାନି

   ମଣିଷ- ମଣିଷ ପଣିଆ କୁ ଭୁଲଇ

ବେସାରା ବେଳ ରେ ମାଆ ହାତ କୁ ଛାଡ଼ଇ

   କେମିତି ଗଢ଼ିଲ ହେ ତ୍ରିଦେବ

ମିଛ କୁ ତ୍ୟାଗୀ ସତ୍ୟ ପଥେ ଗଲେ

   ସଭିଏଁ ବିରୋଧ ଏଠି ହୁଅନ୍ତି

ନିଜ ଜୀବନ ମଧ୍ୟ ନାହିଁ ମୋର

  ସବୁ ସମୟ ଚକ୍ର ର ଖେଳ

ମୃତ୍ୟୁ ଆସିଲେ ଜୀବନ ଯିବ

  କ୍ଷଣିକ ରେ ଜୀବନ ହେବ ମାଟିଘର

ନିଜ ର ବୋଲି ତୋ କହିବା ର ଅଧିକାର ନାହିଁ

   ଯାହାକୁ ହୃଦୟ ରୁ ଭଲ ପାଇଥିବ

ସେ ଦେଇଯିବ ଦିନେ ଧୋକା

   ଆଉ ଅବା କାହାକୁ ବିଶ୍ୱାସ

ନୀଳକଣ୍ଠ ସାଜି ପିଇଲେ ବିଷ

  ସରି ଯାଏନା ତା' ରୂପ ବଦଳ

ଜନ୍ମ ର ନାହିଁ ତୋ ପ୍ରୟୋଜନ

  ଯେତେ ଜନ୍ମ ହେଲେ ବି ମିଛମାୟା ଦୁନିଆ ରେ

ପାପ ପଙ୍କ ରେ ନିତି ଜଳିବାକୁ ହୁଏ ମନ 

   ସଳିତା ଯାଏ ସରି

ଏମିତି ଜଗତେ କାହିଁ ଦେଲ ହେ

   ତ୍ରିଦେବ ଏ ମୂର୍ଖ ଶରତ କୁ

ଭକ୍ତି ଭାବ ନାହିଁ ମନେ

  ସକାଳ ରେ କରୁଥାଏ ତୁମ ପୂଜା

ପର ଝିଅ କୁ ଦେଖିଲେ କରେ ଯେ

  କେତେ ନାନା ପାପ ଚିନ୍ତା

ଏତିକି ଘେନ ବିନମ୍ର ମୋର

  ଯଦି ଆଉ ଜନ୍ମ ରେ ଦେଲ ମାନବ ପଣ

ପାପ ଚିନ୍ତା କୁ କରିବ ମୋର ନିଶ୍ଚୟ ଖଣ୍ଡନ  

   ନ ହେଲ ନ ଦେବ ଏ ମାନବ ଜନ୍ମ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy