STORYMIRROR

Subhalaxmi Nayak

Tragedy

4  

Subhalaxmi Nayak

Tragedy

ମାନବିକତା

ମାନବିକତା

1 min
412

ମଣିଷ ଭିତରେ ଥିବା ଏକ ଅନୁଭବ ମୁଁ

ଲୁପ୍ତପ୍ରାୟ ହେବାକୁ ବସିଛି ଆଜି

କେଉଁଠି କେତେବେଳେ କାଁ ଭାଁ

ନଜର ଆସିଯାଉଛି ସିନା

କିନ୍ତୁ ସ୍ୱାର୍ଥ ସାଧନ ପାଇଁ।

ସତରେ ମୋତେ ବିଶ୍ୱାସ କର,

ମୁଁ କେବେ ଏମିତି ଆଶା କରିନି

ସମୟ ସୁଅରେ ମୋର ସତ୍ତା ବିଲୀନ ପ୍ରାୟ

ଇଚ୍ଛା ତ ହୁଏ ପ୍ରଳାପ କରି ଉଠନ୍ତି କି!

କିନ୍ତୁ ହାୟ....

ମୋର ପ୍ରଳାପ ସ୍ୱାର୍ଥର ପାଚେରୀ ଆଢ଼ୁଆଳରେ ଲୁଚିଯାଏ

ମୋର ସ୍ୱର ଦବି ଯାଏ କି ଦାବି ଦିଆଯାଏ

ନା ନା ମୁଁ କାହାକୁ ଦାୟୀ କରି ପାରେନା

କାରଣ କ୍ଷଣିକ ମାତ୍ର ମୋର ଅବସ୍ଥିତି

ଆଉ ସେଇ କ୍ଷଣିକ ସମୟ ଉପରେ

ଭାରି ପଡ଼ିଯାଏ ଅମାନୁଷିକତାର ତୀବ୍ର ଲାଳସା।

ହଁ, ମୋତେ କଷ୍ଟ ହୁଏ

କିନ୍ତୁ ସେ କଷ୍ଟର ମୂଲ୍ୟବୋଧ ହେବା ବେଳକୁ

ଜୀବନ ସରି ଯାଇଥାଏ।

ପଙ୍ଗୁ ହୋଇଯାଇଥିବା ବର୍ତ୍ତମାନର

ମୋତେ ସାହାଯ୍ୟ କରିବାକୁ ଆଗ୍ରହ ଥିଲେ ବି

ସେ ଦେଖେ ତା'ର ପାରିବା ପଣିଆ

ହଁ, ଏମିତି ସବୁବେଳେ ସବୁଠି ବଳି ପଡ଼େ

ମୁଁ ମାନବିକତା....

ଅଚିହ୍ନା ରାଇଜର ପ୍ରହେଳିକା ଭିତରେ

ଅସ୍ତିତ୍ବ ଖୋଜୁଥାଏ ନିଇତି

ମୁଁ ମାନବିକତା....।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy