ମାଁ
ମାଁ
ତୋର୍ କୁଲେ ବସି ସରଗର୍ ଜନ୍
ଦେଖିଛେ ଉସତ୍ ହେଇ ।
ତୋର୍ କୁଲେ ମୁଇ କେତେ ସପନ୍
ଦେଖିଛେ ସୁଇ ସୁଇ ।।
ତୋର୍ ମମତା ଭୁଲି ନି ପାରେ
ବଞ୍ଚି ଥିବାର୍ ତକ୍ ମୁଇ ।
ଗଗନ୍ ଠାନୁ ତୁଇ ବଡ଼
ଖୋବ୍ ସହନଶିଲା ତୁଇ ।।
ତୋର୍ କୁଲେ ରହି ଗୋ
ମୁଇ ଛୋଟ ନୁ ବଡ଼ ହେନି ।
ସବୁ ମିଳିଗଲା ବଲି ମତେ
ତତେ ଆଉ ନାଇଁ ପାରଲି ଚିନ୍ହି ।।
ଖେଳିଛେ ମୁଇ ବଡ଼ ହେବାର୍ ତକ୍
ତୋର୍ କୁଲେ କା ବସି ।
ମେନମେନସା ,ରକମ୍ ରକମ୍ ର
ଖାନା ଖାଇଛେ ହସି ହସି ।।
ମାଁ ନାଆଁ ଥି ପରିଚିତ୍ ଅଉ
ବଡ଼ କଲୁ ଆମକେ ପାଲି ପୁସି ।
ଆମର୍ ଭୁଲ୍ ଭଟକା ମାପ୍ କରବୁ
ମାଁ ନାଇଁ ଯିବୁ କେଭେଁ ରୁଷି ।।...