STORYMIRROR

Chinmaya Kumar Nayak

Drama

3  

Chinmaya Kumar Nayak

Drama

ମାନ ଭଞ୍ଜନ

ମାନ ଭଞ୍ଜନ

1 min
11.4K

ପ୍ରାଣପ୍ରିୟା ଚାରୁଲୋଚନୀ ଗୋ ବାରେ 

ଧୀର ହୁଅ ତେଜି ମାନ,

ଜାଣି କି ମୁଁ କରିଥିବି ଅବିଚାର 

ଭାଳନାହିଁ ପ୍ରାଣ ଧନ। 


ଆଗୋ ଅଭିମାନୀ ଜୀବନମୋହିନୀ 

ତୁ ମୋ ଏକା ସହଚରୀ,

ନ ଶ୍ରବଣେ ତୋର ସୁଲଳିତ ବାଣୀ 

ତନୁମନ କମ୍ପେ ଥରି। 


ତୋ ପୀରତି ବିନା ଜୀଵନ ବନରେ 

ବହେ ବାଆ ବଇଶାଖୀ,

ବିପରୀତ ଚିନ୍ତି ହୁଅନା ଗୋ ଭ୍ରାନ୍ତି 

ଦିଅନା ଗଞ୍ଜଣା ସଖୀ। 


ପ୍ରେମ ସୋହାଗିନୀ ଆଜ କିମ୍ପା ତୋର 

ସୁମନେ ସନ୍ଦେହ ବିଷ,

ଚାହଁ ବାରେ ମୋର ଚକ୍ଷୁ ଯୁଗଳକୁ 

ତୋତେ ଝୁରି ପାଏ କ୍ଳେଶ।


ହେ ପ୍ରାଣ ସଙ୍ଗିନୀ କ୍ଷମାପ୍ରାର୍ଥୀ ତବ 

ହୃଦୟେ କଷଣ ପାଇଁ,

କ୍ରୁର ବାକ୍ୟ ତେଜି ମସୃଣ ବଚନେ 

ସ୍ମିତ ହାସ୍ୱେ ଦିଅ ମୋହି। 


ଆଗୋ ସୁବିବେକୀ ସୁବିଚାର କରି 

ମୋ ସତ୍ୟ ବାରତା ହେଜ,

ଲୋତକ ସଂଯମୀ ଆଗୋ ପ୍ରିୟ ସହି 

ଏଥର ଗୋ ମାନ ତେଜ।


ସୁବଦନେ ତବ ମୋହିନୀ ଚମକ 

ଫୁଟିଉଠୁ ପ୍ରାଣେଶ୍ୱରୀ,

ଗାଇ ଯିବା ଶୁଦ୍ଧ ପ୍ରଣୟ ସଙ୍ଗୀତ 

ଆଗୋ ମଧୁର ଭାଷିଣୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama