STORYMIRROR

ବି. ନିରୁପମା

Romance Action Others

4  

ବି. ନିରୁପମା

Romance Action Others

ମାଳତୀ ଠାରିଲା ମୋତେ

ମାଳତୀ ଠାରିଲା ମୋତେ

1 min
230


ବିଜୁଳି ଚମକୁଅଛି ଆକାଶରେ

ଶୁଭୁଅଛି ଘଡ଼ଘଡ଼ି,

ସେ କଥା ଭାବିବା ପାଇଁ ବେଳ ନାହିଁ

ଘରକୁ ପଳାଏ ଦୌଡ଼ି ।


ମୁହଁ ସଞ୍ଜ ବେଳୁ ଆସିଥିଲି ଏଣେ

ତୁମକୁ ଭେଟିବା ଲାଗି,

କି ବେଳରେ ଭଲା ପ୍ରେମରେ ପଡ଼ିଲି

ଖାଉଅଛି ଗାଳି ମାଗି ।


ଯାତ ବୁଲିବାକୁ ସଜ ହୋଇଥିଲି

ମାଳତୀ ଠାରିଲା ମୋତେ,

ଦେଖା କରିବାକୁ ତାଙ୍କ ବାଡ଼ି ପଟେ

ଖବର ଦେଲ ତା' ହାତେ ।


କାଲି ଯିବ ଚାଲି ସହରକୁ ପୁଣି

ପଢ଼ିବାକୁ ଛୁଟି ସାରି,

ସେଥିପାଇଁ ପରା ଶୁଣୁ ଶୁଣୁ ଧାଇଁ

ଆସିଲି ବାହାନା କରି ।


କଥା ପ୍ରସଙ୍ଗରେ କହିଲ ଲେଖିଛ

ମୋ ଲାଗି କବିତା କାଳେ,

ଶୁଣାଇବା ଆଗୁଁ ବରଷା ଘୋଟିଲା

ଧାଏଁ ଏବେ ଅସମ୍ଭାଳେ ।


ବାକି ଭଲ ମନ୍ଦ ପଛକୁ ରହିଲା

ଏବେ ମନ ଦେଇ ପଢ଼,

ତାହାହେଲେ ଆମ ସ୍ବପ୍ନ ସତ ହେବ

ନ ଥିବ ସମସ୍ୟା ବଡ ।


Rate this content
Log in

Similar oriya poem from Romance