Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jyotsna Acharya

Abstract Inspirational Others

3  

Jyotsna Acharya

Abstract Inspirational Others

ମା ତାରିଣୀ

ମା ତାରିଣୀ

1 min
161


ପ୍ରାକୃତ୍ତିକମୟ ସବୁଜ ବନାନୀ 

ଝରଣା କଳ କଳ ମନ ମୋହିତ ରାଗିଣୀ

ଅରଣ୍ୟ ବାସିନୀ ମା ଘଟ ଗାଁ ତାରିଣୀ

ଶକ୍ତି ପୀଠ ଟିର ଅପୂର୍ବ କାହାଣୀ

ଲୋକ ମତ ହେଉ ଅବା ସତ କାହାଣୀ

କେନ୍ଦୁଝର ରାଜା ପୁରୀରୁ ଆଣି

ଆସିବା ବାଟରେ ମାୟା ରଚିଲୁ ଜାଣି

ମନ୍ଦିର ତୋଳିଲୁ ତୁ ନିଜ ଅନୁଯାୟୀ 

ତୋ ମହିମା ଯେ କେ ପାରିବ ବର୍ଣ୍ଣି

ଭକ୍ତଙ୍କ ଭିଡ ସଦା ତୋ କୃପା ପାଇଁ

ମାଟିଦୀପ, ନଡ଼ିଆରେ ତୁ ସନ୍ତୁଷ୍ଟ ପୁଣି

ଭକ୍ତ ମନ ଟିକୁ ଭକ୍ତି ଶ୍ରଦ୍ଧା ତୁ ପରଖି 

ଜୀବନକୁ ଦେଉ ଠିକ ରାସ୍ତାଟି କହି 

ବିପଦ ଆପଦ ବେଳେ ସାହା ମା ତୁହି

ତୋତେ ଯେ ସୁମରେ ମନ ଦେଇ

ତା ରକ୍ଷା ଯେ ନିଶ୍ଚେ କରୁ ପାଖେ ରହି

ତୋ ବର୍ଣନା କରିବାକୁ ସାହସ ତ ନାହିଁ

କ୍ଷମା କରିବୁ ମୋ ଭୁଲ ଟି ପାଇଁ ।


Rate this content
Log in

Similar oriya poem from Abstract