ମା ର ବୋଝ
ମା ର ବୋଝ
ସର୍ବସଂହା ମା ଟିଏ ସଂସାର ର
ବୋଝ ବୋହି ବୋହି
ଜୀବନ ଜଞ୍ଜାଳ ରେ ଛନ୍ଦି ହୋଇ
ହସିବା ଭୁଲିଯାଇ ସଭିଙ୍କୁ ହସାଇଥାଏ
ସବୁ ଦୁଃଖ ସହି ସମୟର
ପଶାପାଲିର ଖେଳରେ।
ଝଡର ଆଭା ପରିସ୍ଫୂଟିତ ହୋଇ
ଯେତେ ମାଡିମାଡି ଆସେ
ମା ପ୍ରତିଶ୍ରୁତି ବଦ୍ଧ ଭାବରେ ହିଁ
ସବୁ କିଛି ର ସାମ୍ନା କରେ
ପରକୁ ଆପଣାର କରି ଗଢି
ତୋଳିଦିଏ ଏକ ପବିତ୍ର ମନ ତଳେ
ସୁନ୍ଦର ପରିବାର ଟିଏ ଠିକ୍
ବୈକୁଣ୍ଠପୁର ପରି ଗୁରୁ ଦାୟିତ୍ଵରେ।
ହେଲେ ମା ର ବୋଝ କେବେ ବି
କମି ହୋଇ ନଥାଏ ଚାଲିଥାଏ
ଜୀବନ ତମାମ ହାତ ଗୋଡ଼
ଚାଲୁଥିବା ପର୍ଯ୍ୟନ୍ତ କର୍ମ ର
ସୁଦୃଢ ଭିତ୍ତିଭୂମି ପରେ
ନିଜ ଲୁହ ନିଜେ ପିଇ
ଖୁସି ହୋଇ ଅନ୍ୟର ହସରେ।
ହସିବା ତା ପାଇଁ ଯେମିତି
ଯାଇଥାଏ ହଜି ସଭିଙ୍କ ହସରେ
ବିତିଯାଏ ଜୀବନର ଶେଷ ଅଙ୍କ
ସାକ୍ଷୀ ରଖି ପ୍ରଭୁ ଙ୍କ ଭରସାରେ।