STORYMIRROR

Bijay Prusty

Romance Tragedy

3  

Bijay Prusty

Romance Tragedy

ବିଷାଦ ଯୋଗ

ବିଷାଦ ଯୋଗ

1 min
97


ବରଷା ଆଖିରୁ ବିଚ୍ଛେଦର ଲୁହ

ଝରୁଥିଲା ରହି ରହି

ଆଗକୁ ଆଗକୁ ଯାଉଥିଲା ଟିକେ

ପଛେ ଦେଉଥିଲା ଚାହିଁ I

ଆଖି ଲୁହ ତାର ପୋଛିବା ପାଇଁକି

ମୋର ବା ଶକତି କେତେ

ତା ଦୁଃଖରେ ଦୁଃଖି ହୋଇଗଲି ବୋଲି

ତନ୍ଦ୍ରାହୀନ ରାତି କାଟେ I

ବର୍ଷା ମୋ ପ୍ରେୟସୀ ଅତି ଆପଣାର

କେମିତି ଭୁଲିବି କୁହ

ତା ଆଖି ଲୁହରେ ଶ୍ରାବଣ ଭିଜିଛି

ଭିଜି ଯାଇଛି ମୋ ଦେହ I

ଶରତ ଆସିଛି ହର୍ଷ ଉଲ୍ଲାସରେ

ଖୁସିହୁଏ କେତେ ପ୍ରାଣ

ବରଷା ଫେରୁଛି ଲୁହେ ଭିଜି ଭିଜି

ଭିଜେ ମୋ ପ୍ରେମିକ ପଣ I


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance