ଅବିଶ୍ୱାସୀ ପ୍ରିୟତମା
ଅବିଶ୍ୱାସୀ ପ୍ରିୟତମା
ନିଃଶ୍ୱାସକୁ ଯେପରି
ନ' ଥାଏ ବିଶ୍ୱାସ,
ବିଶ୍ୱାସେ ବିଷ ଦେଇ
ହାରିଲୁ ବିଶ୍ୱାସ |
ବାଇ ଚଢେଇ ପରି
ବାନ୍ଧିଥିଲି ବସା,
ଅଞ୍ଚାଶ ବାତ ସାଜି
ଦେଲୁ କି ଦୁର୍ଦ୍ଦଶା l
ପ୍ରେମ କରି ଭୁଲରେ
ହେଲି ଅଣନିଃଶ୍ୱାସ ||
ନିଃଶ୍ୱାସ...........................................|(1)
ସୁନା ପଞ୍ଜୁରୀର "ତୁ"
ସୁକୁମାରୀ ଶାରୀ,
ମାଟି ଘର ଶୁଆ "ମୁଁ"
ହେବିନି "ତୋ" ସରି l
ମୋ କପାଳେ "ତୁ" ବୋଧେ
ହୋଇଥିଲୁ ଲେଖା,
ଭାଗ୍ୟର ବିଡମ୍ବନା
ଦେଲୁ ମୋତେ ଧୋକା |
ମିଥ୍ୟା ଗୁଜବ ଶୁଣି
କଲୁ ଅବିଶ୍ୱାସ |
ନିଃଶ୍ୱାସ..........................................|(2)
ପ୍ରେମ କରି ମରୁଛି
ଝୁରି ଝୁରି ଖାଲି,
ତୋ ପ୍ରେମକୁ କେମିତି
ପାରିବି " ମୁଁ" ଭୁଲି l
ବିପଦେ ଠେଲି ଦେଇ
ଗଲୁ ମୋତେ ଚାଲି,
ଏଡ଼େ ସ୍ୱାର୍ଥପର " ତୁ"
ଜାଣି "ମୁଁ" ନଥିଲି |
ବୁଝିଲା ବେଳକୁ "ତୁ"
ନଥିବ ନିଃଶ୍ୱାସ |
ନିଃଶ୍ୱାସ................................,..............(3)

