Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sumitra mishra

Tragedy

3  

Sumitra mishra

Tragedy

ଝରାଫୁଲ

ଝରାଫୁଲ

1 min
303



 ମନେଭରି କେତେ ଆଶା ଅସୁମାରୀ                          

   ତରୁବରେ ସଂଚରିଲି,

ଦିନପରେ ଦିନ ଗଡିଗଡି ଚାଲେ

   ପରେ କଢିଟିଏ ହେଲି ।।


ସୁନେଲି କିରଣେ ଚିକିମିକି ଖରା

   ଧୀରେ ଧୀରେ ପ୍ରସ୍ଫୁଟିଲି,

ସଦ୍ୟ ପ୍ରସ୍ଫୁଟିତ ଡେଣାସବୁ ମୋର

   ହସେ ଖାଲି ଖିଲିଖିଲି ।।


ବିଭୁ ପାଦେ ଅବା ଗଳାରେ ଲମ୍ବିବି

   ମନେ ମନେ ଖୁସିହେଲା,

ଅବା କେଉଁ ଏକ ନବବିବାହିତା

  କବରୀରେ ସଜା ହେବି ।।


 ବିତ୍ସୁରିତ ହେବି ସର୍ବ ଜନେ ମୁହିଁ

   ମୋ ଦେଶ ପତାକା ସାଥେ,

 ରଙ୍ଗବେରଙ୍ଗର ନାଲିନେଳି ଫୁଲେ

   ଭେଟି ହେବି କାହା ପ୍ରିତେ ।।


  ମହମହ ଗନ୍ଧେ ମହକାଇ ଦେବି

     ସହରଠୁ ପୁରପଲ୍ଲୀ,

  ପ୍ରତିପ୍ରାଣେ ମୁହିଁ ସଂଚରିତ ହେବି

     ସାଜି ପ୍ରେମ ତରଙ୍ଗିଣୀ ।।


  ଅଦିନିଆ ଝଡ଼ ବହି ଚାଲିଗଲା

    କଲା ମୋତେ ଧରାଶାୟୀ,

 ଚିନ୍ତା ଓ ଚେତନା ମୃତବତ୍ ହେଲା

   ଆଶାଶୂନ୍ୟ ହେଲି ମୁହିଁ ।।


  ସାଜି ଝରାଫୁଲ ହୋଇ କଲବଲ

   ‌ ଲୁହ କେତେ ଝରାଇଲି,

 ପ୍ରେମୀ ବିଭୁ ବଧୂ ପତାକାର ନୋହି

  ‌   ଅଦିନରେ ଝରିଗଲି ।।

   ମୁଁ ଅଦିନରେ ଝରିଗଲି ।।


Rate this content
Log in

Similar oriya poem from Tragedy