STORYMIRROR

Ram Prasad Bisoi

Tragedy

3  

Ram Prasad Bisoi

Tragedy

ସଂଳାପ-୯୦-ମୁକ୍ତବିହଙ୍ଗ

ସଂଳାପ-୯୦-ମୁକ୍ତବିହଙ୍ଗ

1 min
12.8K


ମୋ ଠାରୁ ତୁମେ ବହୁତ ଦୁରେ, ଆଖି ବନ୍ଦକଲେ ଦେଖିପାରେ ତୁମ ଆଖିରୁ ବହି ଚାଲିଥିବା ଲୁହ,

ଅତୀତକୁ ଗଳାଚିପି

ମାରି ଦେଇ ହୁଏ ନି, ଭବିଷ୍ୟତ ତୁମ ବିନା ଯୋଜନା ଶୁନ୍ୟ,

ଏହି କ୍ଷଣରେ ବଞ୍ଚି ଚାଲିଛି କବର ତଳୁ କରି ନିନାଦ-!

ପ୍ରବାସୀ ତୁମେ, ସ୍ମୃତିର ଝରକାପଛପଟେ ବିଳପିତ ଆଜି ବି ଦୁଇଟି ହୃଦୟ କାନପାତି ଶୁଣ,

ରାତ୍ରିର ସାନ୍ଧ୍ରତା କରୁଛି ଆର୍ତ୍ତନାଦ,

ଶୁଣିଛ କେବେ ରାତ୍ରିର ନିର୍ଜନତାକୁ ଚିରି ଆସନ୍ନ ବର୍ଷାପୂର୍ବ ବେଙ୍ଗରଡି ,

ପଚାରୁଛି ତୁମକୁ କେବେଳ ତୁମକୁ,

ପ୍ରବାସୀ ହେବ ଭୁଲ ନ ଥିଲା କି ? ନିସ୍ପତି ଦୁରେଇ ଯିବା ଥିଲା କାହାର-----------!!

ଅପରିଚିତା ଥିଲ

ତାପରେ ଯୋଡିଲ ବନ୍ଧୁତା

କହି ବି ଦେଇଥିଲ ଯାହା କହିବାର ନ ଥିଲା,

ଭାଙ୍ଗିବା ଯୋଡିବା ସବୁ ଥିଲା ତୁମ ଖେଳ,ସ୍ୱର୍ଗ ନୁହେଁ ତୁମର ଇଚ୍ଛାଧୀନ,

ଇଚ୍ଛାକନ୍ୟା,

ସେଠି

ମୁକ୍ତ ଆତ୍ମା, ମୁକ୍ତବିହଙ୍ଗ,

ମୁକ୍ତ ଆକାଶ,

ଆଟଲାଣ୍ଟାର ହିମ ଶୀତଳତା

ଅବାଧ୍ୟ ସବୁ କିଛି

ଶୁନ୍ୟ କିନ୍ତୁ ଶୁନ୍ୟତା ବିହୀନ ,ନ ଥାଏ ହଜିବାର

ନା ହଜାଇବାର ଭୟ

ମିଞ୍ଜି ମିଞ୍ଜି ଜଳୁଥିବା

ଅନେକ ଅପୂରଣୀୟ ଅଶାର ତାରକାପୁଞ୍ଜ

ଅନ୍ଧାରର ରାଜତ୍ୱ ଭିତରେ

#ମୁକ୍ତବିହଙ୍ଗ----------!!!

©®କାଶ୍ୟପ,ରାୟଗଡା ।


Rate this content
Log in

Similar oriya poem from Tragedy