STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୩

Others Tragedy

3  

ଓଡ଼ିଆ ଗଳ୍ପ ଓ କବିତା - ୩

Others Tragedy

ମାଟି ଆଉ ମୁଁ

ମାଟି ଆଉ ମୁଁ

1 min
13.9K


ଅମିତାଭ ସାହୁ


ମାଟି ଆଉ ମୋ ଭିତରେ

ଫରକ ବୋଲି କିଛି ନlହିଁ

କାରଣ,ମୁଁ ମାଟିର ମାଟି ମୋର l

ମୋ ଭିତରେ ମାଟିକୁ

ଖୋଜି ପାଏ ଅନେକ ବାର

ହେଲେ ମାଟି ଭିତରେ-

ମୁଁ ମୋତେ ଖୋଜି ପାଏନl

କେଉଁଠି କେବେବି

ମାଟି ମୋତେ ମିଶେଇ ପାରେ

ହଜେୟ ପାରେ

ସେଇଟା ମୋ ବଡପଣ

ତା'ଭିତରେ ବିଲୁପ୍ତ ହେବାର ସ୍ଵପ୍ନ

ହେଲେ ମାଟିକୁ ମୁଁ ନୁହଁ

କାରଣ,ମୁଁ ସର୍ବସ୍ଵ ମାଟିର l

ମାଟି ଆଜି ଅସ୍ତବ୍ୟସ୍ତ ଖଣ୍ଡ ବିଖଣ୍ଡିତ

ଆତତାୟୀର କୂର ପ୍ରହlରେ

ତଥାପି ଏ ମାଟି ନୀରବ ନିଥର

ବାରୁଦର ତତଲା ନିଆଁରେ

ଜଳୁଛି ଗାଁ ଗନ୍ଦା ବସ୍ତି ସହର

ହୁଏତ ବଦଳି ଯାଇପାରେ

ରୂପ ରଙ୍ଗ ଆକାର ଏ ମାଟିର

ହେଲେ ମାଟି ଏକାକାର

ମାଟିରେ ଖୋଜି ହେବ ଠିକଣା ମାଟିର

ସେଇଥି ପାଇଁତ ମୁଁ ମାଟିର ମାଟି ମୋର l

ଆଜି ଶୁଣିବି

ମାଟିର ନିରବତାକୁ, ଅତୀତର ଆତ୍ମଚିତ୍କାରକୁ

ସାଉଁଟିବି ଆତ୍ମୀୟ ସ୍ଵଜନଙ୍କୁ

ବଳିଦାନ ଛିଟାକୁ

ଅମରତ୍ଵ ବୀରତ୍ଵ କାହାଣୀକୁ

କିଏ ଗୋଟେ ସେ ଭିତରେ ଅଛି

ମୋତେ ହାତ ଠାରି ବାର ବାର ଡାକୁଛି

ଏବେ ତା' କୋମଳପଣ, ଆଦରପଣ

ଭଲପାଇବାର ମୋହରେ

ତା' ଆଡକୁ ଧୀରେ ଧୀରେ ଢାଳି ଯାଉଛି

ସତରେ ସେ ଭିତରେ କିଏ ଅଛି

ନା'ଏ ଭଲପାଇବା, ଏ ଆତ୍ମୀୟତା... ଏମାଟିର ? ?


Rate this content
Log in