STORYMIRROR

Sarat Jal

Tragedy

3  

Sarat Jal

Tragedy

ଆତ୍ମାପକ୍ଷୀ ଉଡିଯିବ

ଆତ୍ମାପକ୍ଷୀ ଉଡିଯିବ

1 min
13.6K



ଗାଁ ମଶାଣିରେ ମୋଶବ ଜାଳିବ

ନେବନାହିଁ ସ୍ୱର୍ଗଦ୍ୱାର

ଗାଁ ଭାଇଙ୍କର ସେନେହ,ଆଦର

ମୋପାଇଁ ସରଗପୁର ॥


ଗାଁ ଶେଷମୁଣ୍ଡେ ବରଗଛ ଲାଗେ

ସତେକି କଳପବଟ

ନରେନ୍ଦ୍ରପୋଖରୀ ତୁଠଠାରୁ ବଳି

ମୋଗାଁ ପୋଖରୀ ତୁଠ ॥


କୋଇଲିର ଗୀତ ଗୀତା,ଭାଗବତ

ମୋଘର ଶିରୀମନ୍ଦିର

ମାଆର ପଣତ ଶ୍ରୀମନ୍ଦିର ନେତ

ପତିତ ହୁଏ ଉଦ୍ଧାର ॥


ଗାଁଦାଣ୍ଡଧୂଳି ବଡଦାଣ୍ଡ ଧୂଳି

ମଥାରେ ଦେଇଛି ବୋଳି

ଭଲରେ ମନ୍ଦରେ ସାହାଭରଷା ମୋ

ଜନ୍ମମାଟି ପାଦଧୂଳି ॥


ଗାଁରେ ଆରମ୍ଭ ଜୀବନ ନାଟକ

ଗାଁରେ ହୋଇବ ଶେଷ

ଶେଷବେଳେ ଦେବ ନିର୍ମାଲ୍ୟ କଣିକା

ଆମ୍ବବଉଳର ବାସ ॥


ଏ ମାଟି କୋଳରେ ବଢିଥିଲି ଦିନେ

ଏ ମାଟି କୋଳେଇ ନେବ

ତେବେ ମନୋରଥ ପୂରଣ ହୋଇବ

ଆତ୍ମାପକ୍ଷୀ ଉଡିଯିବ ॥


ଶରତ ଚନ୍ଦ୍ର ଜାଲି

ତା:୨୬/୭/୦୧୮


Rate this content
Log in

Similar oriya poem from Tragedy