କଣ୍ଟକିତ ଫୁଲବନ
କଣ୍ଟକିତ ଫୁଲବନ
ଏତିକି ମାତ୍ର କଣ୍ଟା ତ
ତୋ ପାଦରେ ଫୁଟିବାର ଥିଲା
ବ୍ୟସ୍ତ ହେଉଛୁ କାହିଁକି ରେ ମନ
ଆଗରୁ ପରା କେତେ କଣ୍ଟା
ଫୁଟି ସାରିଛି ତୋ ପାଦରେ
କେତେ ରକ୍ତ ବେହି ସାରିଛି ପାଦରୁ
ତାହେଲେ ବାଉଳା ହେଉଛୁ କିଆଁ
ପାରୁଛୁ ଯଦି ଆଉକିଛି କଣ୍ଟା
ଫୁଟାଇ ଦେ ତୋ ନରମ ପାଦରେ,
ରକ୍ତର ରଙ୍ଗରେ ଲାଲ ହୋଇଯାଉ
ପାଦ ତଳର ମାଟି
ହୃଦୟର କୋହରେ
ଚହଲି ଉଠୁ ଧରିତ୍ରୀର ଛାତି I
ଆଜି ମଲେ କାଲିକି ପରା
ଦୁଇଦିନ ହୁଏ
ସମସ୍ତଙ୍କ ଆଖିରୁ ତୁମ ଛବି ଗୋଟି
ଧିରେ ଧିରେ ତୁମ ଛବିଗୋଟି ଲିଭିଯାଏ
ନୂଆ ମଣିଷଙ୍କ ଆଖିରେ
ପୁରୁଣୀ ସବୁ ଇତିହାସ ପାଲଟି ଯାଏ,
ସେଥିପାଇଁ ତ କହୁଛି
ସବୁ ଯନ୍ତ୍ରଣା କୁ ଛାତିତଳେ ରଖିଦେ
ସବୁ ଲୁହକୁ ଆଖିତଳେ ଲୁଚାଇଦେ
ହସଟିକେ ହସି ନ ପାରୁଛୁ ଯଦି
ସବୁ ଲୁହକୁ ଅଣ୍ଟିରେ ସାଇତି ରଖି
ନିରବରେ ଶୋଇପଡ I