Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjukta Kamudi

Tragedy

4.0  

Sanjukta Kamudi

Tragedy

ତୁମେ ଗଲା ପରେ

ତୁମେ ଗଲା ପରେ

1 min
403


କି ଲେଖିବି ଆଉ ପ୍ରେମର କବିତା 

             ସବୁ ତ ଗଲିଣି ଭୁଲି, 

ଲେଖି ପାରେନା ଆଉ ସେ କବିତା 

             ତୁମେ ଗଲ ଯେବେ ଚାଲି l


ତୁମେ ଗଲ ପ୍ରିୟ ଦୁଃଖ ମୋର ନାହିଁ 

             ଦୁଃଖ ଖାଲି ତମ ପାଇଁ, 

ନୂଆ ସାଥି ପାଇ କେମିତି କାଟିବ 

              ତାହା ମୁଖକୁ ତୁମେ ଚାହିଁ l


କି କହିବି ସାଥି ତୁମର ସେ ପୀରତି 

              ଲାଗେ ଭାରି ମିଠା ମିଠା, 

ତୁମେ ଗଲା ପରେ ଆଜି ଏ ଜୀବନ 

               ଲାଗେ ପୂର୍ବ ପରି ଖଟା l


ତେଲରେ ଲୁଣରେ ସଂସାର କରିବ 

               ଦେଉଥିଲ ପ୍ରତିଶ୍ରୁତି, 

ଛଳନାର ଛୁରୀ ଏମିତି ମାରିଲ 

                ହୋଇଗଲା ସବୁ ଇତି l


                 


Rate this content
Log in

Similar oriya poem from Tragedy