ବର୍ଷା ------
ବର୍ଷା ------
ଆକାଶ ରାଇଜ ରାଜରାଣୀ ତୁମେ
ନାମ ତୁମ ବର୍ଷା ରାଣୀ,
ଜଗତର ହିତ ପାଇଁ ତୁମେ ଜାତ
ଜଗତ ତୁମ୍ଭରି ଋଣୀ ll
ତୁମ୍ଭରି ଆଶିଷରେ ଏ ଜଗତ ହସେ
ତୁମେ ହିଁ ଜୀବନ ଦାତ୍ରୀ,
ସବୁଜିମା କର ଜଗତକୁ ମୋର
ଝରୁଥାଅ ନିତି ନିତି ll
ବୈଶାଖ ରଶ୍ମିରୁ ଉଦ୍ଧରିଣ ତୁମେ
ଦିଅ ହେ ନବ ଜୀବନ,
ସବୁଜିମା କର ଏ ମର୍ତ୍ତ ଭୁବନ
> ଫୁଲକିତ ହେଉ ମନ ll
ବିଜୁଳି ଚମକେ ଘଡ଼ଘଡ଼ି ଶୁଭେ
ଆସିବା ହେଲେ ତୁମର,
ଗଗନ ପବନ ପ୍ରକମ୍ଫିତ କରି
ବରଷା ହୋଇ କି ଝର ll
ବୈଶାଖ ରଶ୍ମି ଜାଳିଦେଲା ପରେ
ଏ ମନ ଖୋଜେ ତୁମକୁ,
ନ କରି ଏ ଈର୍ଷା ଢ଼ାଳି ପ୍ରେମ ବର୍ଷା
ଉଦ୍ଧାର ଏ ଜୀବନକୁ ll