ପ୍ରେମର ରୂପ
ପ୍ରେମର ରୂପ
ତଉଲୁଛି କେହି ପ୍ରେମ ପ୍ରଣୟକୁ
ପାପର ନିକିତି ନେଇ
କେହି ପୂଜେ ଆଉ ମନ ମନ୍ଦିରେ
ପୂଣ୍ୟର ସୁମନ ଦେଇ ।
ସଚେତ ସଭିଏଁ ଅଚେତ ଏଇଠି
ପାପ ଏଠି ପୂଣ୍ୟବକ୍ତା
କୁହୂଳି ଜଳୁଛି ଜୀବନଟା ଏଠି
ଚାରିପାଖେ ନିସ୍ତବ୍ଧତା ।
ନ ବୁଝି ତା ଗୂଢ଼ କିଏ ସିଏ ମୂଢ଼
କୁହେ ଏଥି ଅଶ୍ଳୀଳତା
ବୋଧହୁଏ !ସିଏ ଲେଖୁଛି ଅନ୍ଧାରେ
ବାସ୍ତୁବାଦ ଶାଳୀନତା ।।