STORYMIRROR

Sanjukta Kamudi

Romance

3  

Sanjukta Kamudi

Romance

ହୃଦୟର ସ୍ୱର

ହୃଦୟର ସ୍ୱର

1 min
193

ରାତିର ସପନ ଖୋଜୁଛି ତୁମକୁ

ଦିନ ଭାବନାରେ ଖୋଜେ,

ବେଳେ ବେଳେ ତୁମ ପ୍ରେମ ଭାବନାରେ

ନିଜେ ନିଜେ ମୁଁ ହଜେ ।


ତୁମେ ତ କନ୍ଦର୍ପ ମୋ ମନର ମାନସ

ମନକୁ କରିଛ ଚୋରି,

କି ସଞ୍ଜ ସକାଳ କି ଦିନ ରାତି 

ହେଉଛି ତୁମକୁ ଝୁରି ।


ବର୍ଷା କି ବସନ୍ତ ଶୀତ କି ଶରତ 

ରହିଥାଅ ହୃଦୟରେ,

ତୁମେ ମୋ ପ୍ରେମିକ ସପନ ନାୟକ

ଭିଜାଅ ମୋତେ ତମ ପ୍ରେମରେ ।


                    



Rate this content
Log in

Similar oriya poem from Romance