Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ତାରାପ୍ରସାଦ ଜେନା

Tragedy

3  

ତାରାପ୍ରସାଦ ଜେନା

Tragedy

ଲୁହର ଆଞ୍ଜୁଳା ଧୋଇଦେଲି ଆଖି ଦେଖୁନି ଝଲସା ବର୍ଣ୍ଣ

ଲୁହର ଆଞ୍ଜୁଳା ଧୋଇଦେଲି ଆଖି ଦେଖୁନି ଝଲସା ବର୍ଣ୍ଣ

1 min
416



ଲୁହର ଆଞ୍ଜୁଳା ଧୋଇଦେଲି ଆଖି

ଦେଖୁନି ଝଲସା ବର୍ଣ୍ଣ

ଭାବୁଛି ଏମିତି ମନରେ ତୁମକୁ

ଶୂନ୍ୟରୁ ହେଲିନି ପୂର୍ଣ୍ଣ

........ଲୁହର ଆଞ୍ଜୁଳା ଧୋଇଦେଲି ଆଖି

              ଦେଖୁନି ଝଲସା ବର୍ଣ୍ଣ ! ୦ !


ଆଶାଠୁ ଅଧିକ ଭଲ ପାଇଥିଲି

କାବ୍ୟରେ ଭେଟିଛି ପ୍ରିୟା

ଆପଣା ଘରକୁ ସଜାଇ ଦେବାକୁ

ଚାହିଁଛି ତୁମରି ଦୟା

ଗରିବ ମମତା ବୁଝିଲନି ତୁମେ

ଚାହିଁଲ ଧନୀର ସ୍ବର୍ଣ୍ଣ

........ଲୁହର ଆଞ୍ଜୁଳା ଧୋଇଦେଲି ଆଖି

             ଦେଖୁନି ଝଲସା ବର୍ଣ୍ଣ ! ୧ !


ବିମଳ ହସର ଗୋଲାପ ବଢ଼ାଇ

ରହିଲି ସେମିତି ହାତ

ଭାଗ୍ୟରୁ ସୁଯୋଗ ଛଡ଼ାଇ ନେଇଛ

ମିତଣୀ ମଣିନ ସତ

ଅଶାନ୍ତ ଅନ୍ଧାରେ ବତୀଟେ ଖୋଜୁଛି

ଆଶାକୁ କରିଲ ଚୂର୍ଣ୍ଣ 

........ଲୁହର ଆଞ୍ଜୁଳା ଧୋଇଦେଲି ଆଖି

             ଦେଖୁନି ଝଲସା ବର୍ଣ୍ଣ ! ୨ !



Rate this content
Log in

Similar oriya poem from Tragedy