ଲୁହ
ଲୁହ
ଲୁହ ପ୍ରକୃତିର ଶିହରିତ ସବୁଜ ବର୍ଣ୍ଣାଳୀରେ
ମଣିଷର କୋହ ଭରା ଭିନ୍ନ ଏକ ଅନୁଭବ
କେବେ ମନରେ ସୁଖର ପୁଲକିତ ଆବେଗ,
କେବେ ଦୁଃଖରେ, ମନଟେ ନିସ୍ତେଜ ନିଷ୍ପ୍ରଭ ,
ପଥରକୁ ବାଲି କରି ଦେଇପାରେ ନିଜ ସ୍ପର୍ଶରେ
ବନ୍ଧ୍ୟା ହୋଇଯାଏ ମାଟି ତା' ତେଜରେ,
ଜାଳିଦେଇ ନିଆଁ ପରି ଉପରେ ସିନା ଲିଭିଯାଏ
ଭିତରେ ଭିତରେ କିନ୍ତୁ ହୁ ହୁ ଜଳୁଥାଏ ,
ଓଦାକରେ ହୃଦୟ କୁ ବେଦନାରେ ପ୍ରତିରୂପେ
ମନକୁ ଚହଲାଇ ଦେଇ ଗଭୀରତା ମାପେ
ରୁଷି ଥାଏ ନିଦାଘର ଯାତନା ସହି ସହି
ଶ୍ରାବଣେ ମନଭରି ବେନି ନୟନୁ ଯିବାକୁ ବୋହି ,
ସବୁ ଜାଣିଶୁଣି ଅଜଣା ଅ
ଶୁଣା ହୁଏ ସେ
ସାରା ରାତି ନିଦୁଆ ଆଖିର ପଲକ ତଳେ
ଛାତି ଭିତରେ ଅସମ୍ଭବ ଧରଣର ତାତି
ନିରୋଳାରେ ବୋହି ବାକୁ ନୀତି କାଳେ କାଳେ ,
ବିନା ରକ୍ତେ କରେ ସେ ଶରୀରକୁ କ୍ଷତାକ୍ତ
ମନକୁ ବିଭୋର କରି ଦେଇ କେଇ ମୂହୁର୍ତ୍ତରେ
ଆଜନ୍ମ ସମ୍ମୋହିତ କରି ଏ ହୃଦୟକୁ
ଭଲ ମନ୍ଦ ଭରିଛି ସେ ନିଜ ଆଞ୍ଜୁଳାରେ ,
ସ୍ମୃତିର ବୋଇତ ନେଇ ଭାସି ବୁଲେ
କେବେ କେବେ ଗୋଲାପି ଓଠର ଧାରେ
ଫାଟିଯାଏ ବସୁଧା ବି ଯେମିତି ନିମିଷେ
ତା'ର ସେଇ ଦାରୁଣ ଦୀର୍ଘଶ୍ଵାସ ର ଦ୍ୱାହିରେ ।