STORYMIRROR

Prafulla Chandra Mishra

Tragedy Inspirational Others

3  

Prafulla Chandra Mishra

Tragedy Inspirational Others

ଲୁହ

ଲୁହ

1 min
255



ଆଖିରୁ ଝରଇ ଲୁହ କୋହ ହୃଦୟ ରେ

ହୃଦ ବିଦାରକ ଶବ୍ଦ ଶୁଣିଲେ କର୍ଣ୍ଣରେ

ଦୁଃଖ ଲୁହ କାହିଁ ଉଢାଳରେ ଲୁଚିଥାଏ

ଦୁଃଖ ବେଳେ ନୀର‌ ଧାର ହୋଇ ଝରି ଯାଏ ।।


ଅତି ଖୁସିରେ ଆଖିରୁ ଝରିପଡେ ଲୁହ

ଆନନ୍ଦରେ ବିହ୍ଵଳିତ ମନ ଯେ ଅଥୟ

ବାଧା ବନ୍ଧ ମାନେ ନାହିଁ ଆଖିର ଲୋତକ

ଝରି ପଡେ ଅବିରତ ଦେଖି ଏତେ ସୁଖ ।।


ଲୁହ କହେ ଅଭିମାନ ରାଗ ରୋଷ କଥା

ଲୁହ ଝରି ଗଲେ ମନୁ ତୁଟେ କେତେ ବ୍ୟଥା

ଦୁଃଖ ର ସୁଖ ର ଲୁହ ଅଟେ ସହଚର

ଲୁହ ଦୁଃଖ ଏଇ ଲୁହ ଆନନ୍ଦର ଧାର ।।


ଲୁହ ଝରି ଗଲେ ମନ ହାଲୁକା ହୁଅଇ

ମନ ନବୁଝିବା ଯାଏଁ ଲୁହ ଝରୁଥାଇ

ଓଠ ପିଇଯାଏ ଲୁହ ନିସଙ୍ଗ ଜନର

ମୋ ଲୁହ ରେ ଧୋଇଦେବି ଈଶ୍ଵର ମନ୍ଦିର ।।


ଲୁହ ଜଳେ ଢଳ ଢଳ ନୟନ କମଳ

ଚକ୍ଷୁ ସରେ ଅଶ୍ରୁ ନୀରେ ଆହା କି ସୁଢଳ

କଳା କଳା ଡୋଳା ନେତ୍ର ପଦ୍ମେ କି ଭ୍ରମର

ଲୁହ ଗୀତେ ଚକ୍ଷୁ ଗୋଟେ ଅଭିନ୍ନ ଅକ୍ଷର ।।


Rate this content
Log in

Similar oriya poem from Tragedy