ସମୟ ଓ ପ୍ରେମ
ସମୟ ଓ ପ୍ରେମ
ପବନ ବେଗରେ
ସମୟ ଧାଉଁଛି
ଶତ ଚେଷ୍ଟା କଲେ
ଧରି ତ ପାରୁନି
ତୁମ୍ଭକୁ ହରାଇ
ଝୁରୁଛି ପ୍ରତି କ୍ଷଣେ
ଲୁହ ଝରି ଝରି
ଶୁଖିଗଲା କେତେବେଳେ
ନିଜକୁ ସଜାଡି
ସଳଖି ହେଉଛି
ତୁମ ଫୋଟ ପାଶେ
ମୁଚୁକି ହସୁଛି
ମୋ ଆଖିରେ
ତୁମକୁ ଦେଖୁଛି
ତୁମ ପାଇଁ ପୁଣି
ସଜେଇ ହଉଛି
ଫୁଲେଇ ରାଣୀ ମୁଁ
ବଡ଼ ଅଭିମାନୀ
ପାଶେ ମୋର ଆସ
ରହିଛି ଚାହିଁ
ନିଜ ଭିତରେ
ତୁମକୁ ପାଉଛି
ତୁମ ଉଷ୍ମତା
ଛାତିରେ ମାପୁଛି
ମୁଁ ଥିବା ଯାଏଁ
ତୁମେ ତ ରହିବ
ମୋ ସହ ପୁଣି ମାଟିରେ ମିଶିବ।