ଅସ୍ତିତ୍ବ
ଅସ୍ତିତ୍ବ
ସ୍ତୁତିରେ ଲେଖୁଛି ସ୍ଥିତିର କବିତା
ଅସ୍ତିତ୍ବ ଖୋଜଇ ମୁହିଁ ,
ସମୟର ହାତେ ବନ୍ଧା ଏ ଜୀବନ
ନିଜସ୍ବ ତ କିଛି ନାହିଁ ।
ଅସୀମ ଭାବନା ସୀମିତ ସାଧନା
ଚଳଚଞ୍ଚଳ ମୋ ମନ ,
ବଞ୍ଚିବା ମୋହରେ ମୃତ୍ୟୁର ଭୟରେ
ଗତି କରଇ ଜୀବନ ।
ମୋହ ମାୟା ଭରା ଏ ସାରା ସଂସାର
ଦିନେ ବୁଜିବି ନୟନ ,
ଜୀବନ କାହାଣୀ ସରି ସରି ଆସେ
ଅଧୁରା ରହେ ସପନ ।
ବାହାରି ପଡ଼ିଲେ ପିଣ୍ଡରୁ ପରାଣ
ମାଟିରେ ହେବି ବିଲୀନ ,
ଅସ୍ତିତ୍ବ ହରେଇ ଆତ୍ମା ଉଡ଼ିଯିବ
ତୁଟିବ ଭାବ ବନ୍ଧନ ।
