ମାଁ
ମାଁ
ମାଆର ପଣତ ଶ୍ରୀମନ୍ଦିର ନେତ
ସ୍ନେହ ମମତାର ଘର
ବିପଦେ ଆପେଦେ ରକ୍ଷା କବଚ଼ ସେ
କରେ ନାହିଁ କେବେ ପର ।।
ଦଶମାସ ଦଶଦିନ ଗ6ର୍ଭ ଧରି
ଜନମ ଦେଇଛି ସିଏ ।
ତାହାଠାରୁ ବଳି ଏହି ସଂସାରରେ
କୁହ ଭାଇ ଅଛିି କିଏ ?
ମାଆର ପରଶେ ଦୁଃଖ ଶୋକ ସବୁ
କ୍ଷଣକେ ଯାଏ ଉଭେଇ
ତାହାରି ଆଶିଷେ କଠିନ କାମବି
ଯାଏତ ସରଳ ହୋଇ ।
କରୁଣାମୟୀ ସେ ଦୟା ସାଗର
ତା ପାଦେ ସରଗ ସୁଖ
ମାଆ ହାତ ଧରି ବାଟ ଚାଲୁଥିଲେ
ଦୂରତା ବି ହୁଏ ପାଖ ।
ମାଆ ଶବଦଟି ଅମୃତ ସମାନ
ସେ ନାମରେ ଅଛି ଜୟ
ମାଆ ନାମ ସ୍ମରି ମାତୃ ସେବା କଲେ
ଦୁର ହୁଏ ପାପ ଭୟ ।
ମାଆ ଠାରୁ ବଳି ଏତିନି ଭୁବନେ
ଅଛିକି ଆମର ଜ୍ୟୋତି
ଗୋଟିଏ ହୃଦ୍6ୟ ଏକା ସାଙ୍ଗରେ
ସତ୍ୟ, ଶାନ୍ତି ମୈତ୍ରୀ ପ୍ରୀତି ।
