ମାଆ
ମାଆ
ମାଆର ପଣତ ଶ୍ରୀମନ୍ଦିର ନେତ
ସ୍ନେହ ମମତାର ଘର
ବିପଦେ ଆପଦେ ରକ୍ଷା କବଚ ସେ
କରେ ନାହିଁ କେବେ ପର
ଦଶମାସ ଦଶଦିନ ଗର୍ଭେ ଧରି
ଜନମ ଦେଇଛି ସିଏ।
ତାହାଠାରୁ ବଳି ଏହି ସଂସାରରେ
କୁହ ଭାଇ ଅଛି କିଏ ?
ମାଆର ପରେଶ ଦୁଃଖ ଶୋକ ସବୁ
କ୍ଷଣକେ ଯାଏ ଉଭେଇ
ତାହାରି ଆଶିଷେ କଠିନ କାମବି
ଯାଏତ ସରଳ ହୋଇ।
କରୁଣା ମୟିସେ ଦୟା ସାଗର
ତା ପାଦେ ସରଗ ସୁଖ
ମାଆ ହାତ ଧରି ବାଟ ଚାଲୁଥିଲେ
ଦୂରତା ବି ହୁଏ ପାଖ।
ମାଆ ଶବଦଟି ଅମୃତ ସମାନ
ସେ ନାମରେ ଅଛି ଜୟ
ମାଆ ନାମ ସ୍ମରି ମାତୃ ସେବା କଲେ
ଦୁର ହୁଏ ପାପ ଭୟ ।
ମାଆ ଠାରୁ ବଳି ଏତିନି ଭୁବନେ
ଅଛିକି ଆମର ଜ୍ୟୋତି
ଗୋଟିଏ ହୃଦୟେ ଏକା ସାଙ୍ଗରେ
ସତ୍ୟ,ଶାନ୍ତି ମୌତ୍ରୀ ପ୍ରୀତି।
