STORYMIRROR

Jagannath Barik

Tragedy

3  

Jagannath Barik

Tragedy

ବର୍ଷାରାତିର ବିରହିଣୀ

ବର୍ଷାରାତିର ବିରହିଣୀ

1 min
374


ଏତ ବରଷା ରାତି  କରତି ଦିଏ ଛାତି

   ପାଶେ ନାହାନ୍ତି ପ୍ରାଣପତି

ଉଛୁଳା ଯଉବନ   ଉଦ୍ଧତା ଅପଘନ

   ଚାହୁଁଛି ବଲ୍ଳଭ ପୀରତି |

ପବନ ସନସନ   ବହୁଛି ଘନଘନ

   ଦହୁଛି ମଦନ କଦନ

ଅସରାକୁ ଅସରା  ବୃଷ୍ଟିପାତ ଅସରା

   ଅସରା କୋହ ଘନଘନ |

ପ୍ରିୟତମ ବଦନ   ନାଚିଯାଏ ନୟନ

   ମଧୁର ଆଳାପ ମିଳନ 

ସାଜି ନବ ଦମ୍ପତ୍ତି  ପ୍ରେମ ଅମରାବତୀ

   ଅଭୁଲା ପ୍ରୀତି ନିଧୂବନ |

ଟପ ଟପ ବରଷା  ଝଙ୍କାର ଚିତ୍ତକର୍ଷା

    ଛାତି ଚମକେ ଦାଉଦାଉ

ପତି ବିରହାନଳ  ଜାଳଇ ମର୍ମସ୍ଥଳ

   ସହିବ କିଏ ପ୍ରାଣ ଥାଉଁ |

ଝିଙ୍କାରି ଝିଁ ଝିଁ ସ୍ୱରେ ଉପହାସିତ କରେ

   କର୍ଣ୍ଣେ ଧ୍ୱନିତ ନିରନ୍ତର 

ଭେକ କେଏଁ କଟର ବୁଣେ ପ୍ରେମ ମନ୍ତର

   ଆତ୍ମ ରମଣ ଶ୍ରେୟସ୍କର |

ଯେବେ ଖୋଲେ ଝରକା ସାଇଁସାଇଁ ଝଟିକା

  ଥରାଇ ଦିଏ ତନୁମନ

କରଇ ନିଶିଥିନୀ  ତମସା କୁହୁକିନୀ

   କାମ ଭାବନା ଉତପନ୍ନ |

ବୟସ ଅମାନିଆ  ଜଳୁଛି ପ୍ରେମନିଆଁ

   ଲୋଡ଼ୁଛି ସାଥି ଆଲିଙ୍ଗନ

ଏତ ଶ୍ରାବଣ ନଈ  ପୂର୍ଣ୍ଣ ଯୌବନମୟୀ 

   କୂଳ କରିବ ଉଲଙ୍ଘନ |

ନେତୃ ବହୁଛି ନୀର  ମନ ଆଜି ଅସ୍ଥିର

   ଯାମିନୀ ଲାଗେ ଦୀର୍ଘତର

ଯେବେ ଶେଜକୁ ଯାଏ ସ୍ମୃତି ସାଉଣ୍ଟୁଥାଏ

   ଶ୍ୱାସ ଉଠଇ ଖରତର |

ତଳପ ଆଲିଙ୍ଗନ  ଉପାଧାନେ ଚୁମ୍ବନ

   ବିହିବା ହେବ ପ୍ରତିକାର

ସତୀତ୍ୱ ମହାଧନ   ଦାମ୍ପତ୍ୟ ବିଭୂଷଣ  

   ଚରିତ୍ର ଗୁଣ ମଧ୍ୟେ ସାର |

ବିଚ୍ଛେଦ ଜର୍ଜରିତ ପ୍ରେମ ହୁଏ ବର୍ଦ୍ଧିତ

    ଶୀତାନ୍ତେ ଯେମନ୍ତ ବସନ୍ତ

ନିନ୍ଦିବିନି କରମ  ପାଳି ସତୀ ଧରମ

    ଚାହିଁ ରହିବି ପତି ପଥ |


Rate this content
Log in

Similar oriya poem from Tragedy