STORYMIRROR

Hitesh Mohapatra

Tragedy

3  

Hitesh Mohapatra

Tragedy

ମୁଁ ଯଦି ଚଲିଯାଏ

ମୁଁ ଯଦି ଚଲିଯାଏ

1 min
365

ମୁଁ ଯଦି ଚଲିଯାଏ

ମିଶିଯିବ ମାଟିର ଦେହ ମାଟିରେ

ହଜିଯିବ ମୋ ଦେହର ଗନ୍ଧ

ଏହି ନିତ୍ୟ ଅନିତ୍ୟର ଗର୍ଭରେ । ୧


ଜହ୍ନ ଚାହିଁଥିବ ସୂର୍ଯ୍ୟ ଚାହିଁଥିବ

ଘର ଅଗଣା ତୁଳସୀ ଗଛ

ପବନରେ ହଲି ହଲି

ବିଦାୟ ଦେଉଥିବ ।୨


କୋଳାହଳ ପୂର୍ଣ୍ଣ ଘର ଆଗଣା

ପୁରି ଉଠିବ ନିର୍ଜନତାର ଉପସ୍ଥିତିରେ

ଝୁଲୁଥିବ ଶୁଖିଲା ଗେଣ୍ଡୁଫୁଲ ମାଳଟିଏ 

ମୋର ଧୁଳି ଧୁସର ଫୋଟ ଉପରେ । ୩


ବର୍ତ୍ତମାନ ହୋଇଯିବ ଅତୀତ

ଅଉ ଅତୀତ ରହସ୍ୟମୟ ଇତିହାସ

ମାନିନେବେ ସବୁ ମୋତେ  ଅତୀତ ଓ ପର

ନିତ୍ୟ ଅନିତ୍ୟର ଅବଧାନ

କରିଦେବ ମୋତେ ନିରବ ଓ ନିର୍ବିକାର । ୪



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy