STORYMIRROR

Panchanan Jena

Tragedy

3  

Panchanan Jena

Tragedy

ଲାଗିଲେ ମାଉଁସ

ଲାଗିଲେ ମାଉଁସ

1 min
407

ଲାଗିଲେ ମାଉଁସ

ନାକ ଖଣିରୁ କାଢୁଥିବା ମହଣ ମହଣ ଖୁଆ

ହାତକଟା ଫ୍ରକ୍ ଖଣ୍ଡେ ପିନ୍ଧି ମାରୁଥିବା ଡିଆଁ

ପେଟେ ପାଣିରେ ପଶି ପାଛିଏ କଲମ ସାଗ

ତୋଳୁଥିବା ସରାଗେ

ବାଉଁଶ କଣି ପରି ସରୁ ସରକଟି ବଡ଼ ଅଝଟି ଝିଅଟେ

ଆଗେ ଲାଗୁଛି ଆପୂର୍ବା ରକ୍ତଯବା

ପରମାସୁନ୍ଦରୀ କନକଗୋରୀ

ସୁନା ପରି ଦାଉ ଦାଉ

କନିଅର ଫୁଲ ପରି ହଲି ଦୋହଲି

ମାରୁଛି ଭାଉ ।


 ଲାଗିଲେ ମାଉଁସ

ନହ ନହକା ହାଡ଼ ପଞ୍ଜରା ଦେଖା

ଶିଙ୍ଘାଣିନାକୂଆ ଅଳସୁଆ ଖଡ଼ିକା ଟୋକା

ଛେରୁଆ ଡରୁଆ ମରୁଆ ଚେହେରା

ଖେଳକୁଦରେ ଥକି ହାଁ ପାଁ ଦୁର୍ବଳ ଡହରା

ନଖକାମୁଡ଼ା ବୋତାମ ଛିଡ଼ା

ରାଗ ତମ୍ ତମ୍ ଚିଡ ଚିଡ଼ା 

ଶିରାଳ ହାତ କାନ୍ଦେ ବହୁତ 

 ଟିପ୍ ଶିଙ୍ଗିଆ ବସେନା ମୀତ 

 ଲାଗୁଛି ପ୍ରେମ କରୁଛି

ମାଟି କଳସୀର ମିଠା ଜଳପରି 

ମହକି ବାସେ

କାଗଜକୁ ଛୁଇଁ

 ପ୍ରେମରେ ଜିଇଁ

ଚିରଞ୍ଜିବି ଧାଇଁ

 ଭୀଷ୍ମ ପ୍ରତିଜ୍ଞା କରିବସେ 

ଦୁନିଆ ସହିତ ଲଢେଇ ରୋଷେ

କଡ଼ା ଆଇରନ୍ ଦିଆ ଡ୍ରେସ ପିନ୍ଧି

ନସର ପସର ସହର ବଜାର

ପୁଣି ଶାଳ ଗଜୁରା ନିଶ ହଳେ ତଳେ

ରାଗ ଫଣ ଫଣ

ସପ୍ତଫେଣୀ ପରି 

ସାଧୁଛି ଦାଉ ।


ଲାଗିଲେ ମାଉଁସ

ଜିଭରେ ପାଟିରେ ମନ ପୁରିଯାଏ ଖୁସିରେ

ପେଟେ ଗିଳିଦିଏ ତଣ୍ଟି ଯାଏ ଆତ୍ମତୃପ୍ତିରେ

ନାଲିଆ ଝୋଳର କରାମତି

ପାକୁଆ ପାଟିରେ ଆସେ ଶକ୍ତି

ଶାଗ ପରିବା ଖାଇ ଖାଇ ନୟାନ୍ତ

ମାଂସ ଭୁଞ୍ଜିଲେ ଚୋଷିଲେ ବୀର୍ଯ୍ୟବନ୍ତ

ଖନେଇ କହନ୍ତି ଘୁନା ଦଦେଇ

କିନ୍ତୁ ଲାଗିଲେ ମାଉଁସ

 ଗଜା ଟୋକା ପରି ଅନର୍ଗଳ

ପବନ କରନ୍ତି 

ଘର ପଛେ ସରମରେ ଭାସି ଯାଉ ।


ଲାଗିଲେ ମାଉଁସ 

ଆଖିରେ ହାତରେ ଚୁମାରେ 

ପଶୁ ପାଲଟି ଯାଏ ଥରିଲା ଦଠେଇ

ଚକୋଲେଟ୍ ପ୍ରେମୀକର ଜଳିଉଠେ

ବାସନା କାମୋଦ୍ଦିପନାର ଅସୁମାରୀ

କାଣ୍ଡ କାରଖାନା ଖୁମ୍ପେଇ

ଯାନ୍ତଵ କ୍ଷୁଧା ପାଇଁ ଖୋଜିବୁଲେ 

ପର୍ନ ସାଇଟ୍ ୱେବ୍ ସାଇଟ ଶ୍ଵାନ ପରି

ମାନବ ବନିଯାଏ ଦାନଵ 

ଦଳିଦିଏ କେତେ ମାରିଦିଏ କେତେ

ମମିତା ବେବିନା ରୁବିନା ଶବାନା

ପୈଶାଚିକ ଦହନରେ

ପୁଣି ଆଇନ ଆଖିରେ ଧୂଳିଦେଇ

କରିଚାଲେ ଧର୍ଷଣ ଅପହରଣ 

ରାଜନୀତି ବାହୁଛାୟାରେ ଶରଣ ଡରୁନି 

ନିୟତି ନିୟମ ହାଉଯାଉ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy