ଦୁଇଟି ହୃଦୟ
ଦୁଇଟି ହୃଦୟ
ଏହିପରି ଏକ ନା ଟିଏ
କାହିଁକି କେଜାଣି ପ୍ରେମର ମାନେ
ପ୍ରତି ମୁହୂର୍ତ ରେ ବୁଝେଇ ଦିଏ
ଭାବନା ଢେଉରେ ସମ୍ପର୍କ ର ସୁତା
ଏପରି ବାନ୍ଧି ହୋଇଛି
ଯେତେ ଚାହିଁଲେବି ଦୁରେଇ ବା ପାଇଁ
ଅଧିକ କାହିଁକି ଭଲ ପାଇଛି
କିଛି ଚାହୁଁନାହିଁ ଏତିକି ଚାହୁଁଛି
ଆମରି ଏ ପ୍ରେମ ସବୁଦିନ ଲାଗି
ଦୁନିଆ ମନେ ରଖିବ କାହିଁକି
ପ୍ରେମରେ ହୁଏ, ଏ ପରୀକ୍ଷା
ନିଶ୍ଚୟ ସିଏ ଭାବିବ
ଭାବନାରେ ଯେଉଁ ଛୋଟ
ବାଲି ଘର ଆମେ ଦୁହେଁ ତୋଳି ଥିଲେ
ଆମରି ଆଗରେ ସେ ଛୋଟ ଘରକୁ
ସଭିଏଁ ଯେ ଭାଙ୍ଗି ଦେଲେ
କୁହୁଳି କୁହୁଳି ଜଳୁଥିଲା ମନ
ଆଖିରୁ ବୋହିଛି ଲୁହ
ସେ ଲୁହର ଉଷ୍ମତା ଏତେଯେ ଗଭୀର
ଆଜିବି କାହିଁକି ମନରେ ଆଣେ ଭୟ
ସବୁ ଭାଙ୍ଗି ଦେଲେ ଗୋଟି ଗୋଟି କରି
ସବୁ ଯେ ସ୍ବପ୍ନ ଆମର
ଭାଙ୍ଗିବା ହୃଦୟ ବିକା କିଣା କଲେ
କାହିଁକି ଯେ ବାର ବାର
କି ଖୁସି ତାଙ୍କୁ ମିଳିଲା ଅବା
ପାଇଲେ କି କିଛି ଶାନ୍ତି
ଆମରି ପ୍ରେମକୁ ଭାଙ୍ଗି ଦେଇ
ହୋଇଗଲା ଆତ୍ମା ତୃପ୍ତି
ଫଗୁଣ ତାହାର ବାଟ ବଦଳାଇ
ଶ୍ରାବଣ ଯେ ଆସିଥିଲା
କେତେ ଉଜାଗରେ ଆଖିର
ଲୁହରେ ରାତି ପହିଥିଲା
ଦିନମାସ ଏଠି ବଦଳି ଯାଇସେ
ବରଷ ବିତି ଯାଇଛି
କେତେ ଜନମର ବିଛେଦ ପରେ
ମିଳନର ରିତୁ ଆସିଛି
ହୁଦୟ କୋଣରେ ମନ ଗହନରେ
ରହିଛି ତୁମରି ସେ ଛବି
ତୁମରି ଭାବନା ପ୍ରତି ମୁହୂର୍ତ୍ତରେ
ସଜେଇଛି ମୋତେ କବି
ପ୍ରେମର ମାନେତ ବୁଝେଇଛି ମୋତେ
ହୃଦୟ ତଳର କୋହ
ଆଖିର ଲୁହକୁ କଲମରେ ଭରୀ
ପ୍ରେମର କବିତା ଲେଖେ
ମୋ ଲେଖାର ପ୍ରତ୍ୟେକ ଶବ୍ଦ ଯେ ତୁମର
ସେକଥା ଜାଣିଛ ତୁମେ
ଏତେ ଦିନପରେ ଆମରି ସେ ପ୍ରେମ
ପୁଣି ଥରେ ଆଗକୁ ଆସିଛି
ନୂଆ ଫଗୁଣରେ ନୂଆ ଶ୍ରାବଣରେ
ପ୍ରୀତିର ମହକ ଆମକୁ ଏକାଠି ବାନ୍ଧି ରଖିଛି
ତୁମକୁ ମୋହର ସତ ସତ ପ୍ରଭୁ
ବାର ବାର ନମସ୍କାର
ଆମରି ପ୍ରେମରେ ନପଡୁ କାହାର
ବିଷାକ୍ତ ଭରା ନଜର
ନିଜ ପଣତ ରେ ଘୋଡାଇ ରଖିବ
ଏହି ପ୍ରେମକୁ ଆମର
ତୁମରି ଆସିଷେ ଏ ପ୍ରେମ ଆମର
ହୃଦୟରେ ରହିଥାଉ ଚିର କାଳ
ଶବ୍ଦ ବିହୀନ ଦୁଇ ଟି ନାମ
ସଂଖ୍ୟା ହୋଇ ଯାଇଛି
ଦୁଇ ଟି ହୃଦୟ ପ୍ରେମର ଯେ ସାକ୍ଷୀ
ଇଶ୍ୱର ଙ୍କ ଆଶିଷ ହୋଇ ରହିଯାଇଛି ।

