STORYMIRROR

Panchanan Jena

Tragedy

3  

Panchanan Jena

Tragedy

ଉଦାସି ବାରମାସି

ଉଦାସି ବାରମାସି

1 min
394

ଜାଣି ପାରୁନି ବୋଧେ

ଜଣା ପଡୁନି ପୂରା ଅଧେ ।


କିପାଇଁ ଉଦାସୀ ମଧ୍ୟାନ୍ନ ଆଜି

ଛାୟାଛନ୍ନ ମୋ ମନ ଉଦ୍ୟାନ ରାଜି ।


ଟାଆଁସିଆ ଖରା ଚିତ୍ର ବିଚିତ୍ର

ସାଂଗ ସାଥୀ ମେଳେ ବସିଛେ ଏକତ୍ର।


ଦଲକାଏ ଦକ୍ଷିଣୀ ପବନର ଦୁଷ୍ଟାମୀ ରାଜୁତି

ନଖ ଦର୍ପଣରେ ଆତଯାତ ସସାଗରା ଧରା ଧରିଣୀ ଧରିତ୍ରୀ ରିତି ।


ମୁଣ୍ଡ ଟୁଙ୍ଗାରି ଚାଲିଛି ଅବିରତ

ହୁଁ ହାଁ ମଝିରେ କହୁଛି ଅନ୍ତତଃ ।


ଅର୍ଥାତ୍ !

କଥା ସବୁ ଶୁଣୁଛି ନିଶ୍ଚିତ

କାନେଇଛି ଶ୍ରବଣେନ୍ଦ୍ରୀୟ ଦୁଇ

ଅନ୍ୟ ବନ୍ଧୁମାନଙ୍କ ପରି ସୁନିଶ୍ଚିତ ।


ପୁଣି ଜାଣି ପାରୁନି କେମିତି କୁହ

କାରଣ ଖୋଜି କ୍ଳାନ୍ତ ନୟାନ୍ତ ଦେହ 

ପ୍ରାୟତଃ !

ଗହନ ଚିନ୍ତନ ମୁଦ୍ରାରେ 

ଭାବନାରେ ଜୀବନ ଖୋଜୁଛି

ଦିବା ସ୍ୱପ୍ନରେ 

 ଭାବ ତରଙ୍ଗରେ ଭାସି ଭାସି

କୂଳ କିନାର ଖୋଜି ଚାଲିଛି 

ଭଗବାନଙ୍କ ଆଗରେ କରିଥିବା

 ହାରି ଗୁହାରି ସୁମରି

ଉପଯୁକ୍ତ ଉପସ୍ଥାପନ କରି ପାରୁନି ନିଜକୁ

ଭଜି ଡରି ସରି

ତିରସ୍କାର କରି ଚାଲିଛି ମନେ ମନେ

 ପ୍ରଣାମୀ ହରି ଦଇତାରୀ ।


ଜାଣି ପାରୁନି କ'ଣ ଖୋଜୁଛି

ଐତିହାସିକ ପରି

ପୁରୁଣା ଅତୀତ ପାଣ୍ଡୁଲିପି ଧରି

ସାଉଁଟି ଚାଲିଛି ଭଗ୍ନ ସ୍ତୁପିକୃତ 

କୁଢ଼ କୁଢ଼ ଯୁକ୍ତି ତଥ୍ୟ ଆବୋରି ।


ଭିଡ଼ରେ ଥିଲେ ବି ଲାଗୁଛି

ଏକା ଏକା

ଚାଲୁଛି ଧାଉଁଛି ଜୀତେନ୍ଦ୍ରୀୟ ପକ୍କା 

ଝାଳ ଗମ୍ ଗମ୍ 

ଲାଗେ ଥମ୍ ଥମ୍

ହାଲିଆ ହୋଇ ବସି ପଡ଼ୁଛି ଚକା ।


ଯେଉଁ ମନୋହର କ୍ଷଣ ପାଇଁ

ଜିଦ୍‌ କରୁଥିଲି ଦୁନିଆ ସହିତ

ଜିଇଁ ହସିବାକୁ ଲଢେଇ ଉତ୍ପାତ 

କଥା କଟାକଟି ବିଭିଷିକା ବିତ୍ପାତ

ଆଜି ଲାଗୁଛି ପଚା ଷଢ଼ା ଦଲଦଲି 

 ପ୍ଲାଷ୍ଟିକ ମୋଦିତ ନକଲି ଭତ୍ଖାତ ।


ଯେଉଁ ସ୍ଥାନ ମଥାନକୁ ଚେଷ୍ଟିତ ଇଚ୍ଛୁକ 

ଥିଲି ଅଦ୍ୟ ଯୌବନରେ

ବ୍ୟସ୍ତତା ବ୍ୟାକୁଳତା 

ଇଚ୍ଛା ପ୍ରବଳତା 

ଥିଲା ମନତନ୍ତ୍ରୀ ଧମନୀରେ 

ହାତେ ମୁଠେଇ କୋଳେଇ

ବାହୁ ବଳୟରେ ଗୁଡେଇ ଜଡେଇ

ଲତା ଲତିକା ସମ 

ମନ ମଗଜରେ

ମୁଷ୍ଟିବଦ୍ଧ କରାୟତ୍ତ କବଳିତ

ଇଚ୍ଛା ଆକାଂକ୍ଷା ସବୁ

ଇପ୍ସୀତ ମନୋବାଞ୍ଚା ସବୁ ଚିନ୍ତା ଚିନ୍ତନରେ ।


ବାସ୍ତବିକ୍ !

ସବୁ ଲାଗୁଛି ଅପହଞ୍ଚ ଅଲଂଘ୍ଯ 

ପରିସୀମାର ଦୂରେ ବହୁଦୂରେ

ପରାଜିତ ପରାସ୍ତ ବିଫଳ ପଳାତକର

ସଜ୍ଞା ନେଇ ଧୂସର ଦିଗନ୍ତ ଧାରେ ।


ବୋଧେ !

ସେଥିପାଇଁ ଉଦାସ ବିଷର୍ଣ୍ଣ ମୋ ବ୍ୟକ୍ତିସତ୍ତା

ଅପରାହ୍ନ ହୁତୁ ହୁତୁ ଜଳୁଥିଲେ ବି

ସାଙ୍ଗ ସାଥୀ ଉଚ୍ଚାଟରେ ହସୁଥିଲେ ବି

ହସର ତୋରଣ ସଜେଇ ଥିଲେ ବି

ମାଇକ୍ ରେ ଦିଲ୍ ବର୍ ଦିଲ୍ ବର୍ ବାଜୁଥିଲେ ବି 

ମୋ ଉଦାସୀ ଆଖି ଚଷମାରେ ଦିଶେ

ପାଣୁର ପଶ୍ଚାତାପି

ପ୍ରାଣକେନ୍ଦ୍ର ମୋର 

ଜୀବକୋଷ ମୋର

ବିଳାପ କରଇ 

ଉଦାସୀ ବାରମାସୀ 

ମନେ ଚୈତନେ ସନ୍ତାପି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy