STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Fantasy

4  

ନାୟକ ଅକ୍ଷୟ ରାଜହସ୍ତୀ

Fantasy

ଲୁହ ସଂଦର୍ଭ

ଲୁହ ସଂଦର୍ଭ

1 min
500

ଆଖିର କୋଣ ଅନୁକୋଣରୁ ଝରି ପଡି ଟିକିଏ

ଶାନ୍ତି ପାଇବା ପାଇଁ ଚେନାଏ ହସ ଫୁଟାଇବା ପାଇଁ

ନିଜକୁ ମନୋନୀତ କରେ ସେ,

କିନ୍ତୁ ବାଟବଣା ହୁଏନା

ମନେରଖିଥାଏ ସବୁ କିଛି ଠିକଣା

ଠିକ୍ ବେରିଂ ଚିଠି ପରି

ଖାଲି ସଠିକ୍ ବିବରଣୀ ଦେବା କଥା

ତା ବ୍ୟତୀତ ଆଉ କିଛି ବି ନୁହେଁ

ଭାଗ୍ୟ ଭବିଷ୍ୟତର ପାହାଚ ଅତିକ୍ରମ କରୁଥାଏ

ପ୍ରତି ମୁହୂର୍ତ୍ତରେ ।


ପ୍ରତୀକ୍ଷିତ ହୁଏ ଆଗାମୀ ଦିନର ପୁଣ୍ଯ ସକାଳକୁ

ପ୍ରତ୍ୟାଖାନ କରେ ବିଗତ ଦିନର ଘୃଣ୍ୟ ବିକଳକୁ

ଢାଳି ଦିଏ ଟୋପାଏ

କେବେ ଦି ଟୋପାଏ ବି

ଆଉ ଯେତେବଳେ ଧାର୍ ଧାର୍ ହୋଇ କାହା କଥା ନ ମାନି

ବୁହାଇ ଦିଏ ସେ ସବୁ କୋହ_ମୋହ ନା

ବାସ୍ ଦି ଆଙ୍ଗୁଳିର ସ୍ପର୍ଶ ଟିକିଏ ବଞ୍ଚିବା ପାଇଁ ଖୋରାକ୍ ଦିଏ,


ଯୁଗ ଯୁଗ ପାଇଁ

ସମ୍ପର୍କର ଖିଅକୁ ଗୋଟେଇ ଗୋଟେଇ

ସଭ୍ୟତା ସଂସ୍କୃତି ଧର୍ମ ଦର୍ଶନରରୂପ ଅବୟବ

ସୃଜନିକାର ପୃଷ୍ଠା ଆଲୋକିତ ପାଇଁ

ଇଶ୍ୱର ଆସନ୍ତି ଲୁହର ଲୁଚକାଳି ଖେଳରେ

ଦୁଃଖର କଣ୍ଟକିତ ବନକୁ ଫୁଲରେ ପରିଣତ କରି

ଚେତନ ଅଚେତନ ଭିତରେ ଖେଳିଯାଏ ଚେନାଏ

ମଧୁ ସ୍ନିଗ୍ଧ ହସ ।


ଏଇମିତି କେତେ ପୃଷ୍ଠା ଲୁହରେ ଭିଜି ଭିଜି

ସବୁ ଧର୍ମ ଗ୍ରନ୍ଥକୁ ଭିଜେଇ ଭିଜେଇ ଆଦି ଯୁଗର

ଏଯାବତ୍ ତାର ହିସାବ କେବଳ ଲୁହ ମିଶା ଭାବ ହିଁ ଜାଣିଛି,

କାନ୍ଦିବାକୁ ଦିଅ ଯଦି ସେ ଚାହୁଁଚି

ମନା କରି ବାକୁ ଏମିତି କେହି ଅଛି କି?

ଇତିହାସ ବି ପଛକୁ ପାଦ ପକାଏ

ଦେଖିବାକୁ ଲୁହ ସଂଦର୍ଭର ସାନ୍ଧ୍ରତା

ମାପିବାକୁ ଲହୁଲୁହାଣ ଆଦ୍ରତା !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy