ଲୁହ ଛଳ ଛଳ
ଲୁହ ଛଳ ଛଳ


ଲୁହ ଛଳ ଛଳ ଆଖି ଦେଖି ଦେଇ
ଚାଲିଗଲ ତୁମେ ଦୂରେ
କଥା ପଦେ ମାତ୍ର କହିଲନି ଆଉ
ସାତପର ହେଲି ବାରେ !
ଆପଣାର ବୋଲି ବଡ଼ କରିଥିଲି
ଏଇ କ'ଣ ଫଳ ତେବେ
ଜୀବନଟା ସତେ ମାୟା ମରୀଚିକା
ଭାବିବାକୁ ଦେଲ ଲବେ,
ଜୀଇବାଟା ଯାହା ବିଷମକୁ ଲାଗେ
ପଛ କଥା ମନ ଝୁରେ !
ଦୋଷ କରିଥିଲେ ହୋଇଥାନ୍ତି ଦୋଷୀ
ମନା ନାହିଁ ଜମା ଟିକେ
ରାଗ କରି ମିଛେ ଦୋଷୀ ବନାଇଲ
ନିଜ ପାଖେ ନିଜେ ଠକେ,
ତଥାପି ମୁଁ ଅଛି ରାଣ ଦେଇ ପରା
ତୁମ କଥା ବେଶି ଘାରେ !