STORYMIRROR

Biswanath Nayak

Abstract

2  

Biswanath Nayak

Abstract

ଲୋତକ ବିନ୍ଦୁ --------

ଲୋତକ ବିନ୍ଦୁ --------

1 min
270


ଲୋତକ ବିନ୍ଦୁଟି

ଏତେ ଛୋଟ ସିନା

ସେ ଏକ ଭାବନା ସିନ୍ଧୁ,

ବ୍ୟଥା ବେଦନାର

ସ୍ମୃତିର ଫରୁଆ

ଦରଦୀ ମନର ବନ୍ଧୁ


ମଧୁଶାଳା ପୁରେ

ବିରହୀ ପ୍ରିୟାର

ନିର୍ଜନ ରାତିର ସାଥୀ,

ଶ୍ରାବଣ ଧାରାରେ

ପ୍ରେମିକ ହୃଦୟେ

ସେ ଏକ କୁହୁଳା ତାତି


ମନ ସାଗରର

ବେଳାଭୂମି ତୀରେ

ସେ ତ ଏକ ପଦଚିହ୍ନ,

ବାଦଲ ଉହାଡେ

ଲୁଚି ଯାଉଥିବା

ସେ ତ ଅମାନିଆ ଜହ୍ନ

ହୃଦ କନ୍ଦରରୁ

ଝରି ଯାଉଥିବା

ସେ ଏକ ବନ ଝରଣା,

ପାଷାଣ ବୁକୁରେ

ମଥା ପିଟେ ସିନା

ପାଷାଣ ଟା ତରଳେନା


ଝଡ଼ ବତାସରେ

ଝାଉଁ ବଣ ତୀରେ

ସେ ଏକ ଉଦାସୀ ସ୍ଵର,

ଜୋଛନା ରାତିରେ

ଚକୋର ଛାତିରେ

ସେ ଏକ ବିରହ ଗାର


ମନ ତଟିନୀର

ଭଉଁରୀ ଭିତରେ

ସେ ଏକ କାଗଜ ଡଙ୍ଗା,

ଭକତିରେ ଯେବେ

ଝରେ ପ୍ରଭୁ ପାଦେ

ପ୍ରେମେ ହୁଏ ମନ ରଙ୍ଗା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract