STORYMIRROR

Ajit Kumar Raut

Tragedy

3  

Ajit Kumar Raut

Tragedy

ଲୋକ ଅପବାଦ

ଲୋକ ଅପବାଦ

1 min
266


ଅପବାଦ ଶୁଣି ଧୋବା ଧୋବଣୀର


ବିଚଳିତ ହେଲେ ରାମ,


ପତ୍ନୀ ଅପବାଦ କରେ ମର୍ମାହତ


ଚିନ୍ତିତ ହୋଇଲେ ରାମ।


ଏତେ ଦିନ ହେଲା ବାପ ଘରେ ଥିଲୁ


କାହିଁକି ଆଶିଲୁ ପୁଣି,


ଦୁରାଚାରି ତୁହି ଅଟୁ ତୁ ନାଗୁଣୀ


ମୁହଁ ନ ଦେଖିବି ପୁଣି।


ଫେରି ଯାଅ ତୁମେ ତୁମ ବାପ ଘର


ଏଠି ପ୍ରଯୋଜନ ନାହିଁ,


କପାଳ ଆଦରି ରହି ଯିବି ମୁହିଁ


ତ ମୁଖ ଚାହିଁବି ନାହିଁ।


ଧୋବଣୀ କହୁଛି ପତିଙ୍କୁ ତାହାର


କି କଥା କହୁଛ ସ୍ବାମୀ,


ସୀତା ଠାକୁରାଣୀ ଜଗତ ତାରିଣୀ


ରାବଣ ହରିଲା ସ୍ବାମୀ।


ଏତ ଦିନ ଥିଲେ ରାକ୍ଷସ ପୁରୀରେ


ଶ୍ରୀରାମ ଆଣିଲେ ପୁଣି,


ରାଣୀ ହୋଇ ସେହୁ ରାଜ୍ୟ ପାଳୁଛନ୍ତି


ରାମଙ୍କ ସଙ୍ଗରେ ପୁଣି।


ଧୋବା କହୁଅଛି ଦୁଖିତ ମନରେ


ବଡେ ଅପବାଦ ନାହିଁ,


ରାଜାରାଣୀ ଆମ୍ଭ ରାଜ୍ୟ ପାଳୁଛନ୍ତି


ଶକ୍ତି କାହାରିରେ ନାହିଁ।


ଛୋଟ ଜାତି ଆମେ ଅପବାଦ କଥା


ଗୁଞ୍ଜୁ ଅଛି ଏହି ଠାରେ,


କି କରିବି କହ ଏହି ଅପବାଦ


ମନକୁ ଅସ୍ଥିର କରେ।


ଧୋବଣୀ ରହିଲା ବାପ ଘରେ ତାର


ଧୋବାକୁ ଛାଡିଣ କରି,


କି ପରି ରଖିଲା ଧୋବା ତା ପତ୍ନୀକୁ


ଅତି ଯତ୍ନେ ପତ୍ନୀ କରି।


ଦୁଖିତ ମନରେ ଅପବାଦ ଶୁଣି


ଲକ୍ଷ୍ମଣଙ୍କୁ ଆଜ୍ଞା ଦେଲେ,


ସୀତାଙ୍କୁ ଲେଇଣ ବନସ୍ତେ ଛାଡରେ


ଦୁଖିତ ହୋଇ କହିଲେ।


ଅପବାଦ ଶୁଣି ଧୋବା ଧୋବଣୀର


ବିଚଳିତ ହେଲେ ରାମ,


ପତ୍ନୀ ଅପବାଦ କରେ ମର୍ମାହତ


ଚିନ୍ତିତ ହୋଇଲେ ରାମ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy