Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chaturbhuja Sahoo

Romance

3  

Chaturbhuja Sahoo

Romance

ଲେଖେ ଆମ ପ୍ରୀତି କଥା

ଲେଖେ ଆମ ପ୍ରୀତି କଥା

1 min
182


ରକ୍ତାଭ ଦେଖ ପ୍ରାଚୀ ଅଂଶୁମାନ

କହେ ଜୀବନର ଗାଥା,

ଆକାଶ ଦେହରେ ଉଦେ ଅରୁଣିମା

ଲେଖେ ଆମ ପ୍ରେମକଥା ।


ପ୍ରାଚୀ' ର ପ୍ରାଚୀର ଡେଇଁ ଆସ ତମେ

ଆସିବି ମୁଁ ପଶ୍ଚିମ ରୁ

ମଧ୍ୟ ଓଡ଼ିଶା'ର ପାଦପ ପତରେ

ପ୍ରୀତିର ଝରଣା ଝରୁ ।।


ଅଚିହ୍ନା ଅଜଣା ଗାଉଥିବା ଦୁହେଁ

ପ୍ରୀତି ପିଆଲାର ରିଆଜ୍

ବସନ୍ତ ର କୃଷ୍ଣଚୂଡା ବନ୍ଧନରେ

ଏ ଜୀବନ ହେଉ ସହଜ....।।


କୋଣାରକ ଅବା ଅଜନ୍ତା ଛାତିରେ

ଯୁଗଳ ବନ୍ଦୀ ହୋଇ,

ତୁମରି କୋଳରେ ଲୋଟିବାକୁ ଇଛା 

ଶତ ଶତ ଜନ୍ମ ପାଇଁ .... ।।


Rate this content
Log in

Similar oriya poem from Romance