STORYMIRROR

DILIP KUMAR SAHOO

Classics

4  

DILIP KUMAR SAHOO

Classics

କୁଷ୍ମାଣ୍ଡା

କୁଷ୍ମାଣ୍ଡା

1 min
363

ନବରାତ୍ରିରତ ଚତୁର୍ଥେ‌ କୁଷ୍ମାଣ୍ଡାଙ୍କର ପୂଜା

ବ୍ୟାଘ୍ର ବାହିନୀ ମା ଭବାନୀ ଦେବୀ ସେ ଅଷ୍ଟ ଭୁଜା।

ମାଆଙ୍କର ସ୍ମିତ ହାସ୍ଯରୁ ହେଲା ସଂସାର ସୃଷ୍ଟି

ଜ୍ଯୋତି ରୁ ତାଙ୍କର ଆଲୋକମୟ ହେଲା ପ୍ରକୃତି।

ମାଆଙ୍କର ଜପାମାଳ ର ଅଛି ଅମାପ ଶକ୍ତି

ଯହିଁ ରୁ ଜଗତେ ହୁଅଇ ଶିଦ୍ଧି ନୀଧି ଯେ ପ୍ରାପ୍ତି ।


ପାଣି କଖାରୁ ଯେ କୁଷ୍ମାଣ୍ଡ ମାଆ ଭଲ ପାଆନ୍ତି

କୁଷ୍ମାଣ୍ଡ ସହିତ ବ୍ରହ୍ମାଣ୍ଡ ଭାବ ନିବିଡ଼ ଅତି।

ସେଥିପାଇଁ ମାଆ କୁଷ୍ମାଣ୍ଡା ନାମ ବୋଲାଇ ଥାନ୍ତି

ଭକତ ମାନଙ୍କୁ କରୁଣା ମାଆ ବିତରିଥାନ୍ତି।

ଭକତେ ନିଜର ମନକୁ ଅନାହତ ଚକ୍ରେଟି

ଅବସ୍ଥାପିତଯେ କରିତ ଆରାଧନା କରନ୍ତି।


ଦେବୀ ଭାଗବତ ପୁଣି ଯେ ସ୍କନ୍ଦ ମହା ପୁରାଣ

ଦେବୀ କୁଷ୍ମାଣ୍ଡାଙ୍କ ଉତ୍ପତ୍ତି କଥା ଅଛି ବର୍ଣ୍ଣନ।

ବ୍ରହ୍ମାଣ୍ଡ ସର୍ଜନା ଆଗରୁ ଶୂନ୍ୟ ମହାଶୂନ୍ଯ ରେ

ଦେଖାଦେଲା ଏକ ଆଲୋକ ରଶ୍ମି ରେଖା ରୂପରେ।

ସେହି ରେଖା ଦେବୀ ରୂପରେ ତହୁଁ ଦୃଶ୍ୟ ଯେ ହେଲେ

ସୂର୍ଯ୍ୟ ଚନ୍ଦ୍ର ତାରା ଗ୍ରହଙ୍କୁ ସେତ ସୃଷ୍ଟି କରିଲେ ।


ସୂର୍ଯ୍ୟ ନକ୍ଷତ୍ର ଙ୍କୁ ଆଲୋକ ମାତା କୁଷ୍ମାଣ୍ଡା ଦେଲେ

ସୂର୍ଯ୍ୟ ଙ୍କ ଅଙ୍ଗରୁ ଗ୍ରହଯେ ସବୁ ଉତ୍ପତ୍ତି ହେଲେ।

ପୃଥିବୀ ଉପରେ ପଡ଼ିଲା ସୂର୍ଯ୍ୟଙ୍କର ଆଲୋକ

ସୃଷ୍ଟି ହେଲା ଜୀବ ଜଗତ ଭରି ନୂଆ ପୁଲକ ।

ସେଥିପାଇଁ ଦେବୀ କୁଷ୍ମାଣ୍ଡା ଆଦି ମାତା ରୂପରେ

ପୂଜା ପାଇଥାନ୍ତି ଧରାରେ ମାଆ ଭକତି ଭରେ ।


ଅଷ୍ଟଭୂଜା କୁଷ୍ମାଣ୍ଡାଙ୍କର ପ୍ରିୟ ବ୍ୟାଘ୍ର ବାହନ

ହସ୍ତେ ପଦ୍ମ ଧନୁ ତୀର ଯେ କମଣ୍ଡଳୁ ଧାରଣ।

ଧରିଛନ୍ତି ପୁଣି ମାଆଯେ ମାଳା ଅମୃତ ପାତ୍ର

ଅଭୟ ମୁଦ୍ରାରେ ବାଣ୍ଟନ୍ତି ଆଶିର୍ବାଦ ଯେ ସେତ।

ଜୟ ଜୟ ମାଆ କୁଷ୍ମାଣ୍ଡା ପାଦେ ଶତ ପ୍ରଣତି

ତୁମରି ଆଶିଷେ ସୁନ୍ଦର ମୟ ହେଉ ଏ ସୃଷ୍ଟି।


Rate this content
Log in

Similar oriya poem from Classics