କୁହୁଡି
କୁହୁଡି
ସକାଳ ମଧ୍ୟାହ୍ନ ସାୟାହ୍ନ
କୁହୁଡିରେ ପୂର୍ଣ୍ଣ
କାକର ଶୀତରୁ ଉତ୍ପନ୍ନ
ଗୋଧୂଳି ମଣିଷ ଜୀବନ
ଶେଷକୁ ସପନର ଅବସାନ
ଆଣେ କୁହୁଡି ପଞ୍ଚନ୍ଦ୍ରିୟରେ
ଋତୁ ଯାହା ହେଉନା କାହିଁକି
ବାଆ ବାତାସ ପାଣି ପବନ
ଗତି କୁଆଡ଼ିକି କିଏ ବା ଦେଖିଛି
ମନ ହୃଦୟ ଅବସନ୍ନ
କୁହୁଡି ଆଚ୍ଛହ୍ନ
ଜନ୍ମରେ ଉମ୍ହେଇ ଭିତରେ
ଜୀବନ ଗତାନୁଗତିକତାରେ
ଶେଷକୁ ଜୁଇ ଦହନରେ
କଣ ଆଉ ଥାଏ କି
ମୁଠାଏ କୁହୁଡି
ରଙ୍ଗହୀନ ବାସହୀନ ଗନ୍ଧହୀନ
ଆଖିକୁ ଦିଶୁଥିବା ଶ୍ୱେତ ରଙ୍ଗ
ଧୂସର ହୋଇସାରିଥାଏ
ଛାଡ଼ି ମାୟା ମୋହ ଅଂହକାର
ବଞ୍ଚିବା ଶିଖିବା ଉଚିତ
ମଣିଷ ଜନ୍ମ ପାଇ ଉଦ୍ଧବ କହିଥାଇ
ମଣିଷ ବଞ୍ଚିଥିଲା ଯାଏଁ
କୁହୁଡି ଘେରା ଆପଣା ଛାଏଁ
ମଲା ପରେ ଶୂନ୍ୟରେ
କୁହୁଡିରେ କେଜାଣି କୁଆଡେ ଯାଏ
ଯିଏ ରହିଯାଏ
ବୋଲୁଥାଏ ଶୀତ ଗୀତ
ଶୁଖା ଖଡ଼ଖଡ଼
କୁହୁଡି ଉତୁରିବା ଯାଏଁ ।।
