କୁହ କାହିଁ ଶାନ୍ତି ?
କୁହ କାହିଁ ଶାନ୍ତି ?
ଘରେ ନା ବାହାରେ
ଗାଁ ନା ସହରେ
କୁହ କାହିଁ ଅଛି ଶାନ୍ତି ?
ବିଶ୍ଵାସର ଶଦ୍ଦ ଭୁଲିଛି ମଣିଷ
କା' ଠାରେ ନାହିଁ କା'ର ବିଶ୍ଵାସ
ଅବିଶ୍ବାସ ଆଜି କରି ଏ ମଣିଷ
ଘର ପରିବାର ଦେଶ ଓ ବିଶ୍ଵ
ସବୁକୁ ଆଜି କରୁଛି ଧ୍ଵଂସ ।
ସମାଜ ଆଜି ଅଧଃପତିତ
ବୁଦ୍ଧିଜୀବି ଭୁଲିଛନ୍ତି ଜ୍ଞାନ ହିତାହିତ
ଉପରେ ଉପରେ ସଭିଏଁ
ଆଜି ସଭିଙ୍କର ମିତ
ସବୁରି ଲୋଡ଼ା ଅର୍ଥ ଓ ସ୍ଵାର୍ଥ
ମନ ହୃଦୟକୁ ଭାଇଚାରାକୁ
ଆଜିର ମଣିଷ ଭୁଲିଛନ୍ତି
ନିଜକୁ ନିଜେ ପ୍ରଶ୍ନ କରନ୍ତି
କୁହ କାହିଁ ଅଛି ଶାନ୍ତି ?
କଳଙ୍କିତ ଆଜି ରାଜନୀତି
ରାଜନେତା ନୀତି ଆଦର୍ଶ ଭୁଲନ୍ତି
ବୁଦ୍ଧିଜୀବି ଅର୍ଥ ରୋଜଗାରେ ମାତନ୍ତି
ସମସ୍ତେ ଚାହାଁନ୍ତି ହେବାକୁ
ସାମନ୍ତ ଓ ପୁଞ୍ଜିପତି
ଗଣତନ୍ତ୍ର ମାନେ କେହି ନ ବୁଝନ୍ତି
ଖାଲି ମିଥ୍ୟା ଭାଷଣ ମିଥ୍ୟା ପ୍ରତିଶ୍ରୁତି
କା' ହୃଦେ ଉଦିତ ହୁଏନି
ନୈତିକତା ଓ ନୀତି
ବାଟବଣା ଆଜି ଯୁବକ ଯୁବତୀ
ଛାତ୍ରମାନେ ଦେଶ ପ୍ରେମକୁ ଭୁଲନ୍ତି
ସଭିଏଁ ଆଜି ଦିଗହରା ହୋଇ
ଆମେ ଖୋଜୁଛେ କୁହ କାହିଁ ଶାନ୍ତି ?
ସଭିଙ୍କୁ ଲୋଡା ଅର୍ଥ ଓ କ୍ଷମତା
କେ ନ ଚିନ୍ତତି ଦେଶ ଭକ୍ତିର କଥା
ମିଛି ମିଛିକା କୁମ୍ଭୀର କାନ୍ଦଣାରେ
ତଣ୍ଟି ଫଟାନ୍ତି ଆମ ରକ୍ଷାକର୍ତ୍ତା
ହେଲେ ଶେଷେ
ଶୋଷିତ ହୁଅନ୍ତି ଆମ ଜନତା
ଗାଁ ଠୁଁ ସହର ସବୁଠି ପୂରିଛି
ଅବିଶ୍ବାସର ବିଷର ଜହର
ଶିକ୍ଷିତ ସ୍ଵଚ୍ଛଳ ବର୍ଗ ଆଣନ୍ତି
ଦେଶେ ଓ ସମାଜେ ଦୁର୍ଗତି
ଧର୍ମ ନାମେ ଜାତି ନାମେ
ଚାଲେ ଖାଲି ସର୍ବତ୍ର ରାଜନୀତି
ପରସ୍ପର ମଧ୍ୟେ ବିଶ୍ଵାସକୁ ଭୁଲି
ଅବିଶ୍ବାସ ବାତାବରଣେ ବଞ୍ଚି ଏ ମଣିଷ
ସଭିଏଁ ସଭିଙ୍କୁ ପ୍ରଶ୍ନ କରନ୍ତି
କୁହ କାହିଁ ଶାନ୍ତି କୁହ କାହିଁ ଶାନ୍ତି ?
ବିଜ୍ଞାନକୁ ନେଇ ମଣିଷ ଅଜ୍ଞାନ
ବିଦ୍ୟାକୁ ନେଇ ମଣିଷ ଅନ୍ଧ ସମାନ
ବିଧି ବିଧାନକୁ ନେଇ
ନେତାଏ ନୀତି ହୀନ
ବ୍ୟବସାୟ ନାମେ
ବ୍ୟବସାୟୀ କରନ୍ତି ଶୋଷଣ
କୃଷକ ଶ୍ରମିକ ହୁଅନ୍ତି ଶୋଷିତ
ସେବା ନାମେ କର୍ମଚାରୀ
ଜନଗଣଙ୍କୁ ଦିଅନ୍ତି କଷଣ
ସଭିଏଁ ସଭିଙ୍କୁ ଠକି ଚାଲିଛନ୍ତି
ମାନବିକତା ଓ ମଣିଷ ପଣିଆକୁ
ଏ ମଣିଷ ଜାତି ଭୁଲି ଯାଇଛନ୍ତି
ଭାଇ କାଟେ ଆଜି ଭାଇର ତଣ୍ଟି
ବାପ ପୁଅଙ୍କର ସମନ୍ଵୟ ନାହିଁ ଟି
ସାରା ବିଶ୍ଵେ ଦେଖାଯାଏ
ପ୍ରଗତି ନାମେ ସାମାଜିକ ଅଧୋଃଗତି
ଅବିଶ୍ବାସର ବାତାବରଣେ ରହି
ଆମେ ସଭିଏଁ ସଭିଙ୍କୁ ପ୍ରଶ୍ନ କରୁଛେ
କାହିଁ ଶାନ୍ତି କୁହ କାହିଁ ଶାନ୍ତି ?