STORYMIRROR

Pranati Panda

Abstract

4  

Pranati Panda

Abstract

ମାୟା

ମାୟା

1 min
370


ମୋର ମୋର ବୋଲି ଯାହାକୁ କହିବ

   କେବେ ହେଲେ ହୋଇ ନଥିବ ତୋର ,

ସମ୍ପର୍କର ରଙ୍ଗ  ଭିନ୍ନ ଭିନ୍ନ ରୂପ

     ଏ'ତ ପ୍ରଭୁ ମାୟା ଖେଳ ସୃଷ୍ଟିର ।


ମଣିଷ ଯାହାକୁ ଚିହ୍ନି ନପାରଇ

    ମୋର ବୋଲି ଭାବେ ସର୍ବଦା ତାର,

ସେହି ମୋର ଭାଵ ପରଦା ସେପାଖେ

     ଦେଖାଇ ଦିଏ ସେ କେଡ଼େ ଚତୁର ।


ପାପ ପୁଣ୍ୟ ଭରା ଦୋଛକି ରାସ୍ତାରେ

     ଦିଗହରା ହୁଏ ସମ୍ପର୍କ ଡୋର ,

ଚିହ୍ନି ନପାରିଲେ ନିଜର ଅସ୍ତିତ୍ଵ

      ନିଶ୍ଚୟ ହୋଇବ ସେ' ଶର୍ମସାର ।


ମାୟାଧରଙ୍କର ମାୟାର ସଂସାର

       ବଡ଼ ବିଚିତ୍ର ଏ ସୃଷ୍ଟି ତାଙ୍କର ,

ନିରିମଳ ପାଇଁ ପରିମଳ କଷ୍ଟ

       ମାନବର ମାୟା ସେହି ପ୍ରକାର ।


   


Rate this content
Log in

Similar oriya poem from Abstract