Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Abstract

4  

Ajit Kumar Raut

Abstract

ସମ୍ପର୍କ

ସମ୍ପର୍କ

1 min
320



ମଧୁର ସମ୍ପର୍କ ଜୀବନ ଯାତ୍ରାରେ

ମୂଲ୍ୟବାନ ସବୁଠାରୁ

ସମ୍ପର୍କରେ ହୁଏ ସବୁ ସମାଧାନ 

କଷ୍ଟ ଦୂର ସବୁଠାରୁ ।


ଆସୁ ପଛେ ଯେତେ ଅଦୃଶ୍ୟ ଘଟଣା

ଜୀବନ ଯାତ୍ରାର ପଥେ

ନିବାରଣ ହୁଏ ସବୁହିଁ ଯନ୍ତ୍ରଣା

ନିଃସ୍ବାର୍ଥ ସମ୍ପର୍କ ପଥେ ।


ସମ୍ପର୍କେ ହୁଅଇ ଏକତ୍ରିତ ଭାବ

ବୁଝି ସବୁକିଛି ହୁଏ

ବୁଝାମଣା କରି ଅଦୃଶ୍ୟ ସ୍ଥିତିକୁ

ନିୟନ୍ତ୍ରଣ କରି ହୁଏ ।


ଆସୁ ଯେତେ କଷ୍ଟ ଝଡ଼ଝଞ୍ଜା ଏଠି

ସମ୍ପର୍କ ହିଁ ମୂଲ୍ୟବାନ

ସମ୍ପର୍କ ବଳରେ ସବୁ ସିଦ୍ଧି ସୁଏ

ସମ୍ପର୍କ ହିଁ ଶ୍ରେଷ୍ଠ ଜ୍ଞାନ ।


ସମ୍ପର୍କ ହିଁ ଶାସ୍ତ୍ର ସମ୍ପର୍କ ହିଁ ନୀତି

ଏକତ୍ରିତ ମନ୍ତ୍ର ଏହି

ଅପୂର୍ବ ମନ୍ତ୍ରକୁ ଜୀବନେ ରଖିବା

ସଫଳତା ମନ୍ତ୍ର ଏହି ।


କର୍ମୀ ହୋଇ ସଦା କର୍ମ କରୁଥିବା

ସମ୍ପର୍କରେ ସେ ଜଡ଼ିତ

ସମ୍ପର୍କ ରଖିଲେ ମିଳେଟି ସାହାଯ୍ୟ

ଜନକଳ୍ୟାଣେ ଗଠିତ ।


ଜନକଲ୍ୟାଣରେ ସମ୍ପର୍କ ଅପୂର୍ବ

ଜଗତ କଲ୍ୟାଣ ପାଇଁ

ସମାଧାନ ହୁଏ ଜଟିଳ ସମସ୍ୟା

ଦେଶର ମଙ୍ଗଳ ପାଇଁ ।


ମଧୁର ସମ୍ପର୍କ ଜୀବନ ଯାତ୍ରାରେ

ମୂଲ୍ୟବାନ ସବୁଠାରୁ

ସମ୍ପର୍କରେ ହୁଏ ସବୁ ସମାଧାନ

କଷ୍ଟ ଦୂର ସବୁଠାରୁ ।


Rate this content
Log in

Similar oriya poem from Abstract