STORYMIRROR

Prafulla Chandra Mishra

Abstract

4  

Prafulla Chandra Mishra

Abstract

ଭୋକର ଭୂଗୋଳ

ଭୋକର ଭୂଗୋଳ

1 min
376


ଭୋକିଲା ପେଟରେ ନିଦ ଲାଗେନାହିଁ ଏକାକାର ଦିନ ରାତି 

ଭୋକିଲା ପେଟର ମଣିଷ‌ ନିୟମ ନମାନଇଁ ନିଷ୍ଠା ନୀତି

ବାଟ କି ଅବାଟ କିବା ଧର୍ମ କର୍ମ “ଅସହ୍ୟ ଭୋକ ଯନ୍ତ୍ରଣା

ଭୁଲାଇ ଦିଅଇ” ଚାଲୁ ଚାଲୁ ପଥେ ହୋଇଯାଏ ବାଟ ବଣା ।।


ଧନ୍ୟ ସୃଷ୍ଟି କର୍ତ୍ତା ୟେ ଜୀବଜଗତ ସରଜନା କରି ଦେଇ

ଭୋକ ଭଳି ଏକ ଅସହ୍ୟ ଜ୍ଵାଳାକୁ ଖଞ୍ଜିଲ କୁହ କିମ୍ପାଇଁ ?


ଭୋକିଲା ପେଟରେ ହୁତୁ ହୁତୁ ହୋଇ ଜଳଇ ଜଠର ଅଗ୍ନି

ଦକ୍ଷିଣା ପବନ ପ୍ରବାହେ ଯେମନ୍ତ ଜଳେ ପ୍ରମତ୍ତେ ବନାନୀ

ତେମନ୍ତ ପ୍ରକାରେ ହୁତାଶନ ହୋଇ ଜଳେ ଯେବେ ଭୋକି ପେଟ

କହ ସେ କେମନ୍ତେ ଡରିବ ସଂସାରେ ଛାର ୟେ ସମାଜ ଛାଟ ।।


ଖାଦ୍ୟ ଖାଦକର ମନେ ଉଦ୍-ଜିବିତ ହୁଏ ନାହିଁ ସ୍ନେହ ପ୍ରେମ

ଏକେଉଁ ବିଚିତ୍ର ସରଜନା ତୁମ କୁହ ପ୍ରଭୁ ଭଗବାନ ??


ଅସହଣି ଭୋକ ସନ୍ତାପ ମଣିଷେ ଧରାଏ ଭିକ୍ଷା ର ଥାଳ

ହିତାହିତ ଜ୍ଞାନ ହରାଏ କ୍ଷଣକେ ହୋଇଯାଇଥାଏ ଚୋର 

ଭୋକର ଭୂଗୋଳ ମାନଚିତ୍ର ର ତୁମେ ଯେବେ ସୀମା ରେଖା

ଅସହ୍ୟ ଭୋକର ଯନ୍ତ୍ରଣା “ସେରେଖା କରିପାରେ” ଅଣଦେଖା ।।


ଧନ୍ୟ ହେ ବିଚିତ୍ର କାରିଗର ତୁମ ବିଚିତ୍ର ବିଧାନ ଯେତେ

ତନ୍ମଧ୍ୟରେ ଭୋକ ଅଟଇ ବିଚିତ୍ର ସଂସାରେ ପ୍ରାଣୀ ଜଗତେ ।।


  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract