ସତେକି ମା ହେବୁ ଦୃଶ୍ୟ
ସତେକି ମା ହେବୁ ଦୃଶ୍ୟ
ନିତ୍ୟ ଭସ୍ମୀଭୂତା ପ୍ରଦୀପ ତୋ' ଆଗେ
ଦେଖୁଥା ପଥର ହୋଇ ,
ତା' ଜ୍ଵଳନ ଦୁଃଖ ବୁଝିଛୁକି କେବେ
ନିରବେ ଦେଖୁଛୁ ତୁହି ।୧।
ଶ୍ରାବଣର ଲୁହ ପୋଛିବୁକି ମାତା
ତୋର ପାଶେ ସମର୍ପିତ,
ସ୍ବପ୍ନିଳ ଆଖିରେ ଭରିବୁକି ମାତା
ଶରତର ସୁବାସିତ ।୨।
ତମସାକୁ ଚିରି ଆସିଥିଲୁ ପରା
ହୋଇ ମାତା ବିଶ୍ଵରୂପା ,
ଆଶ୍ଵିନରେ ପରା ସମଗ୍ର ବିଶ୍ୱରେ
ଉଭାହେଲୁ ଜଗଦମ୍ବା ।୩।
ସଂହାରିଣୀ ବେଶ ଧରିଥିଲୁ ପରା
ନାଶିବାକୁ ଅସୁରଙ୍କୁ ,
କିନ୍ତୁ, ଭୁଲିଗଲୁ ଏ ମର୍ତ୍ତ୍ୟକୁ ଆସି
ଆକୁଳ ଦୁଃଖୀ ରଙ୍କିଙ୍କୁ ।୪।
ବିଶ୍ଵସାରା ଆଜି ରକ୍ତ ବିର୍ଯ୍ୟଦଳ
ବିଦାରି ଖାଆନ୍ତି ଖାଲି ,
କେଉଁ ଅଭିଶାପେ ଅତିଷ୍ଠ ଅବନୀ
କୁଆଡ଼େ 'ମା' ଗଲୁ ଚାଲି ।୫।
ଯେ' ଫୁଲ ଆସନେ ବସିଥିଲୁ ମା' ଗୋ
ବାସି ଛଡ଼ା ହୋଇଲାଣି ,
କରିଛୁ କି କେବେ ଚିନ୍ତା ତୁ ଜନନୀ
ମାଟିରେ ସେ ମିଶିଲାଣି।।୬।
ଜଳୁଛି ଜୀବନ ତିଳ ତିଳ ହୋଇ
ପ୍ରତିମାକୁ ଚାହିଁ ଚାହିଁ ,
ବସିବା ପାଇଁକି ଦେବୁକି ଆସନ
ଆକୁଳିତ ପ୍ରାଣ ପାଇଁ ।୭।
ତନୁର ତନିମା ବିବର୍ଣ୍ଣ ହେଲାଣି
ଲଭିବାକୁ ତୋର ସ୍ପର୍ଶ ,
ବେଦନା ବିଧୂର ଉପଶମ ଖୋଜେ
ସତେକି 'ମା' ହେବୁ ଦୃଶ୍ୟ ।୮।