STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ମିଛ କବିତା

ମିଛ କବିତା

1 min
332


ଗୋଟା ପଣେ ଆଜି ନିଜକୁ ଉତ୍ତାରି

ମୁଁ କବିତା ଲେଖିବି ଭାବୁଛି,

ସବୁଥର ପରି କଲମ ମୁନଟା

ମୋ ଅଧାରୁ ଅଟକି ଯାଉଛି। 

ସତେ କେଡ଼େ ସଂକଟରେ ପଡିଛି !

ନିଜକୁ ନିଜଠୁ ଲୁଚେଇ ମୁଁ ଆଜି

ମିଛ କବିତାଟେ ଲେଖୁଛି।। 


କଳ୍ପନାର ଶତ ନବ ଦୁର୍ବାଦଳ

ହୃଦ ଅଗଣାରେ ଉଙ୍କି ମାରୁଛି,

ବାସ୍ତବ ଚିତ୍ରଟେ ଉତ୍ତାରିବି ଭାବି

ମୁଁ ନକଲି ନକ୍ସାଟେ ଆଙ୍କୁଛି

ଆଜି ସତେକି ନିଜକୁ ଠକୁଛି। 

କଳଙ୍କକୁ କଳା ଟୀକା ବୋଲି କହି

ମୁଁ ଗୌରବରେ ବାଟ ଚାଲୁଛି।। 


ହସର ମଉଜ ଆସର ଭିଡରେ

କେତେ କୋହ ପାଦ ତଳେ ମରୁଛି,

ମୋ ଭିତରର ମଣିଷତ୍ୱ କେବେ

ଗୁମୁରି ଗୁମୁରି କାନ୍ଦୁଛି। 

ଭଲା ଭାଗ୍ୟ ମୋ ପରୀକ୍ଷା ନେଉଛି,

ବେଶୀ ହସିଦେଲେ ଲୁହ ଆସିଯାଏ

ମୁଁ କାନ୍ଦି କାନ୍ଦି ପୁଣି ହସୁଛି।। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract