STORYMIRROR

Pranati Panda

Abstract Others

4  

Pranati Panda

Abstract Others

ଦୁର୍ବଳ ସମ୍ପର୍କ

ଦୁର୍ବଳ ସମ୍ପର୍କ

1 min
379


ସମ୍ପର୍କ ସଉଧ ଗଢ଼ିବା ପାଇଁକି 

  ଲାଗଇ ବରଷ ବରଷ ,

ଭାଙ୍ଗିଗଲେ ଥରେ ସହଜେ ଯୋଡେନି 

   କରିଲେବି ଯେତେ ପ୍ରୟାସ ।


କ୍ଷଣିକ ମାତ୍ରକେ ଚୁନା ଚୁନା ହୁଏ

    ଟିକିଏ ଶୁଭେନି ଶବଦ ,

ଭସା ବାଦଲରେ ସମ୍ପର୍କ ଭାସଇ

    ଘୋଟିଯାଏ କଳା ବଉଦ ।


ଆତ୍ମ ପ୍ରଚାରୀତ ଶ୍ରେଷ୍ଠତ୍ଵ ମଧ୍ୟରେ 

   ଏକଲା ରହଇ ମଣିଷ ,

ଛଳନା ଓ ମିଛ ଅହଙ୍କାର ନେଇ

    ସମ୍ପର୍କର ହୁଏ ବିନାଶ ।


     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract