ଦୁର୍ବଳ ସମ୍ପର୍କ
ଦୁର୍ବଳ ସମ୍ପର୍କ
ସମ୍ପର୍କ ସଉଧ ଗଢ଼ିବା ପାଇଁକି
ଲାଗଇ ବରଷ ବରଷ ,
ଭାଙ୍ଗିଗଲେ ଥରେ ସହଜେ ଯୋଡେନି
କରିଲେବି ଯେତେ ପ୍ରୟାସ ।
କ୍ଷଣିକ ମାତ୍ରକେ ଚୁନା ଚୁନା ହୁଏ
ଟିକିଏ ଶୁଭେନି ଶବଦ ,
ଭସା ବାଦଲରେ ସମ୍ପର୍କ ଭାସଇ
ଘୋଟିଯାଏ କଳା ବଉଦ ।
ଆତ୍ମ ପ୍ରଚାରୀତ ଶ୍ରେଷ୍ଠତ୍ଵ ମଧ୍ୟରେ
ଏକଲା ରହଇ ମଣିଷ ,
ଛଳନା ଓ ମିଛ ଅହଙ୍କାର ନେଇ
ସମ୍ପର୍କର ହୁଏ ବିନାଶ ।
