Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Jayashree Maharana

Abstract Inspirational Others

4  

Jayashree Maharana

Abstract Inspirational Others

ମାଟିର ସନ୍ତାନ

ମାଟିର ସନ୍ତାନ

1 min
345


ଝରି ଝରି ଯାଏ ନଭରୁ ବରଷା

ରିମିଝିମି ଗୀତ ଗାଇ

ମାଟି ମାଆ ମୋର ମୁରୁକି ହସୁଛି

ତାହାରି ପରଶ ପାଇ ।


ନବ ବଧୂ ବେଶେ ଝଲସି ଉଠୁଛି

ସବୁଜ ସୁଷମା ନାଇ

ଅଜାଡି ଦେବ ସେ ଅମୂଲ୍ୟ ମମତା

ସତେ ପୂର୍ଣ୍ଣଗର୍ଭା ହୋଇ ।


ନିଦାରୁଣ ଗ୍ରୀଷ୍ମ ଅଯାଚିତ ଯେତେ

ଦୁଃଖ କଷ୍ଟ ଭୁଲିଯାଇ

ନୂଆ ଆଶା ନୂଆ ସପନ ଆଖିରେ

ଆଙ୍କିଅଛି ଚାଷୀ ଭାଇ ।


ସକାଳୁ ପହରୁ କ୍ଷେତବାଡି ମୁହାଁ

ହଳ ଲଙ୍ଗଳକୁ ନେଇ

ସୁନାର ଫସଲ ସାଉଁଟି ଆଣିବ

ମାଟି ସାଥେ ମାଟି ହୋଇ ।


ଧାଡି ଧାଡି ତଳି ରୋପି ଦେଉଛନ୍ତି

ମିଳିମିଶି ଏକ ହୋଇ

ସରଳ ହୃଦୟେ ପର ଆପଣାର

ଭାବନା ତ ତିଳେ ନାହିଁ ।


ହଳୁଆ ଗୀତର ସୁର ଶୁଭୁଅଛି

ନଦୀ ଗାଡ଼ିଆକୁ ଡେଇଁ

ମନରେ ଉତ୍ସାହ ଦେହରେ ଶକତି

ସପନ ପୂରଣ ପାଇଁ ।


ମାଟି କାଦୁଅରେ ସରଗ ତାହାର

ତିଳେ ହେଁ ଖାତର ନାହିଁ

ରୋଗ ବଇରାଗ ପାଶ କି ମାଡିବ

ମାଆ ସାହା ଭାବୁଥାଇ ।


ମାଟିର ସନ୍ତାନ ମାଟି ତା ସମ୍ପଦ

ମାଟି ବିନା ରାହା ନାହିଁ

ମାଟିରେ ବିତାଇ ଦେଉଛି ଜୀବନ

ଜଗତର ହିତ ପାଇଁ ।




Rate this content
Log in