STORYMIRROR

Papu parida

Abstract Inspirational

4  

Papu parida

Abstract Inspirational

ମନ

ମନ

1 min
343

ଭାବନାରାଇଜେ ରାଜା ଅଟେ ମୋର ମନ

ବୁଲିବାକୁ ବିଶ୍ୱ ସାରା ହୁଏ ଛନଛନ।


ସାଜିଯାଏ କେବେ ସେ କ୍ଷୁଦ୍ର ଏକ ତରଣୀ

ଉତଥାନ ପତନ ମଧ୍ୟେ ଲେଖେ ହସର କାହାଣୀ।


ସାଜିଯାଏ କେବେ ପୁଣି ବିଶାଳ ଗଗନ

ସଭିଙ୍କୁ ଆପଣେଇବାର ଦେଖେ ସେ ସପନ।


ସାଜିଯାଏ କେବେ ପୁଣି କ୍ଷୁଦ୍ର ଏକ ପକ୍ଷୀ

ନିର୍ମାଣର ବାର୍ତ୍ତା ଦିଏ କେଡେ ନିରୀମାଖି।


ସାଜିଯାଏ କେବେ ପୁଣି ବିଶାଳ ସାଗର

ହୀରା ମଣି ମୁକ୍ତା ଦେଇ କରେ ସେ ଆଦର।


ସାଜିଯାଏ କେବେ ପୁଣି କ୍ଷୁଦ୍ର ଏକ ଦୀପକ

ଅନ୍ଧାରକୁ ଆପଣେଇ କରେ ଜୀବନ ଆଲୋକ।


ସାଜିଯାଏ କେବେ ପୁଣି ବିଶାଳ ପର୍ବତ

ମସ୍ତକ ନୁଆଇଁବ ନାହିଁ କେତେ ଲାଗିଲେ ଆଘାତ।


ସାଜିଯାଏ କେବେ ପୁଣି କ୍ଷୁଦ୍ର ଏକ କଲମ

ଏକଗାରେ ମିଟେଇବ ଶୋଷଣ ଜୁଲମ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract