Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Aishwarya Mishra

Abstract Inspirational

4.3  

Aishwarya Mishra

Abstract Inspirational

ସଂକ୍ରମଣ

ସଂକ୍ରମଣ

1 min
333


ଘୋର କଳି କାଳ ହୋଇଛି ଆଗତ 

ଘଟୁଛି ଅନର୍ଥ ମାନ

ଚାରିଆଡ଼େ ମୃତ୍ୟୁ ରଚୁଛି ତାଣ୍ଡବ 

ବ୍ୟାପୁଅଛି ସଂକ୍ରମଣ ।


ମୁହଁରେ ମଣିଷ ବାନ୍ଧିଅଛି ତୁଣ୍ଡି

ହୋଇଛି ସେ ଗୃହବନ୍ଦୀ

କରୋନା ପ୍ରକୋପେ ଥରହର ବିଶ୍ଵ

ସଂକ୍ରମଣେ ହୋଇ ଛନ୍ଦି ।


ଅତି ମାରାତ୍ମକ କରୋନା ଭୂତାଣୁ 

ଘଟାଉଛି ସଂକ୍ରମଣ

ଜଳ, ସ୍ଥଳ, ବାୟୁ ଓ ଜୈବ ମଣ୍ଡଳେ

ବ୍ୟାପିଯାଏ ତତ୍ କ୍ଷଣ।


ସଂକ୍ରମିତ ଜନ ସଂସ୍ପର୍ଶେ ଆସିଲେ

ବ୍ୟାପୁଛି ଏହି ଭୂତାଣୁ 

ରୋଗ ପ୍ରତିରୋଧ ଶକ୍ତିକୁ କମାଇ

କ୍ଷୀଣ କରେ ଆମ ତନୁ ।


ସମ୍ପର୍କ ମଝିରେ ଆସିଛି ଦୂରତା

ସମୀରେ ଖେଳଇ ଭୟ

ସଂକ୍ରମିତ ହୁଏ ଦୁଃଖ ଶୋକ ସବୁ

ହୃଦୟେ ସଞ୍ଚରି ଭୟ ।


ମାଆ ଠାରୁ ପୁଅ ରହୁଛି ଦୂରେଇ 

କାନ୍ଦୁଛି ସେ କଇଁ କଇଁ 

ହସ ଖୁସି ମଜା ସେନେହ ଶରଧା

ବିଲୀନ ହୋଇଛି କାହିଁ !


ଈର୍ଷା, ହିଂସା ଦ୍ଵେଷ ବେଗେ ସଂକ୍ରମିତ

ହେଉଅଛି ଧରାଧାମେ

ମଣିଷ ହଜାଇ ମାନବୀୟ ଧର୍ମ

ଲିପ୍ତ ପାଶବିକ କର୍ମେ ।


ଚେତାଇ ଦେବାକୁ ମନୁଷ୍ୟ ଜାତିକୁ

ପ୍ରକୃତି ହୋଇଛି କ୍ରୁର 

ଘଟୁଛି କରୋନା ସଂକ୍ରମଣ ପୁଣି

ବାୟୁରେ ବ୍ୟାପେ ଜହର ।


ସଂକ୍ରମଣ ରୂପେ ସୂକ୍ଷ୍ମ ଚେତାବନୀ 

ଦିଏ ଆମକୁ ପ୍ରକୃତି

ନିଜ ସୀମା ଭୁଲି ଅଧର୍ମ କରିଲେ

ମିଳିବ ନିଶ୍ଚୟ ଶାସ୍ତି ।


ହେ ମାନବ ! ନିଜ ଭୁଲ୍ କୁ ସ୍ଵୀକାରି

କର ବେଗେ ପ୍ରାୟଶ୍ଚିତ 

ତେବେ ଯାଇ ଦୂର ହୋଇବ ବିଷାଦ 

ପୁଣି ହସିବ ଜଗତ ।


ସଂକ୍ରମିତ ହେବ ସ୍ନେହ ପ୍ରେମ ପୁଣି

ବହିବ ପ୍ରୀତି ମଳୟ 

ରୋଗ ସଂକ୍ରମଣ ହୋଇବ ବିଲୀନ

ଦୂର ହେବ ଭ୍ରାନ୍ତି ଭୟ ।।


Rate this content
Log in

Similar oriya poem from Abstract