STORYMIRROR

Rama chandra Pradhan

Abstract

4  

Rama chandra Pradhan

Abstract

ଆହେ ଚକାଆଖି

ଆହେ ଚକାଆଖି

1 min
351

ଆହେ ଚକାଆଖି କଳା ରଙ୍ଗ ମାଖି

ମଉନେ କାହିଁ ବସିଛ

ସବୁ ଦେଖି ସାରି ନ ଦେଖିଲା ପରି

କି' ଅଭିନୟ କରୁଛ l

ହେ ଚକା ନୟନ ଦୁଃଖ ବିନାଶନ

ତୁମ ବିନୁ ନାହିଁ ଗତି

ଭକତ ତୁମର ତୁମେ ଭକତର

ଆର୍ତ୍ତତ୍ରାଣ ବିଶ୍ଵପତି l

ହେ କଳା ମାଣିକ ସୁବର୍ଣ୍ଣ ବଣିକ

ଯଶୋଦାର ଗଳାମାଳି

କେବେ କ୍ଷେତ୍ରମଣି କେବେ ଚକ୍ରପାଣି

କେବେ ତୁମେ ବନମାଳୀ l

ଭାବ ବିନୋଦିଆ ଭକତ ରସିଆ

କରୁଣାର କୃପାସିନ୍ଧୁ

କୈବଲ୍ୟ ପସରା ଦେବକୀ ଆସରା

ତୁମେ ଦୀନଜନବନ୍ଧୁ l

କର୍ମର ଜଞ୍ଜାଳେ ମୋ ଫଟା କପାଳେ

ଯୋଡୁଅଛି ଦୁଇ ହାତ

ହେ ପ୍ରେମ ସ୍ୱରୂପ ପାବନ ପ୍ରଦୀପ

ଘେନ ମୋର ପ୍ରଣିପାତ l



Rate this content
Log in

Similar oriya poem from Abstract